ଅନୁଗୁଳ: ପୂର୍ବ ଶତ୍ରୁତାରୁ ମାରଣାସ୍ତ୍ର ଧରି ଘର ପଶି ଗାଳି ଗୁଲଜ କରିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ନିଶା ଶିଳ୍ପଞ୍ଚଳ ଥାନା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ପରଙ୍ଗ ଗାଁର ଶେଷଦେବ ପାତ୍ର।
ସୂଚନା ମୁତାବକ, ପରଙ୍ଗ ଗାଁର ପୂଜା ଜେନା ଓ ତାଙ୍କ ଶାଶୁ ଏକୁଟିଆ ଘରେ ଥିବା ବେଳେ ସେହି ଗାଁର ଶେଷଦେବ ପାତ୍ର ହାତରେ ଏକ ମାରଣାସ୍ତ୍ର ଧରି ଘରେ ପଶିଥିଲେ। ସେ ପୂର୍ବ ଶତ୍ରୁତାକୁ ନେଇ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିଲେ। ଏନେଇ ପୂଜା ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ କେସ ନଂ ୬୪/୨୫ରେ ଏକ ମାମଲା ରୁଜୁ କରିବା ସହ ଶେଷଦେବକୁ ଗିରଫ କରି କୋର୍ଟ ଚାଲାଣ କରିଛି।