ଜିଏମଡିସି କମ୍ପାନୀ ପାଈଁ ପରିବେଶ ସମନ୍ଧିୟ ଜନଶୁଣାଣୀ ପୁର୍ବରୁ ଛେଣ୍ଡିପଦା ବିଧାୟକଙ୍କ ଶକ୍ତି ପ୍ରଦର୍ଶନ

You are currently viewing ଜିଏମଡିସି କମ୍ପାନୀ ପାଈଁ ପରିବେଶ ସମନ୍ଧିୟ ଜନଶୁଣାଣୀ ପୁର୍ବରୁ ଛେଣ୍ଡିପଦା ବିଧାୟକଙ୍କ ଶକ୍ତି ପ୍ରଦର୍ଶନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଆଗାମୀ ଦିନରେ ଗୁଜୁରାଟ ମାଇନିଙ୍ଗ ଡେଭଲପମେଣ୍ଟ କର୍ପୋରେସନ କୋଇଲାଖଣି କରିବା ପାଈଁ ପ୍ରସ୍ତୁତ ହେଉଛି। ଆସନ୍ତା କାଲି ଏଥିପାଇଁ ଛେଣ୍ଡିପଦା ଠାରେ ପରିବେଶ ସଂକ୍ରାନ୍ତିୟ ଜନଶୁଣାଣି ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏହି ଜନଶୁଣାଣୀକୁ ସମର୍ଥନ କରିବା ସହିତ ସଫଳ କରିବା ନିମନ୍ତେ ବିଧାୟକ ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଧାୟକ ଅଗସ୍ତି ବେହେରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ସାମ୍ନାରେ ଆଜି ଏକ ସଭା କରି ଛେଣ୍ଡିପଦା ଅଞ୍ଚଳରେ ନିଶ୍ଚୟ ଶିଳ୍ପ ହେବ ଏବଂ ସ୍ଥାନୀୟ ଲୋକ କର୍ମ ନିଯୁକ୍ତି ପାଇବା ସହିତ ବିସ୍ଥାପିତ ଲୋକେ ଚାକିରି ପାଇବେ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି।

ଅପରପକ୍ଷେ ଏହି ଶକ୍ତି ପ୍ରଦର୍ଶନ ସମୟରେ ବିଧାୟକ ପୂର୍ବତନ ବିଧାୟକଙ୍କୁ ଟାର୍ଗେଟ କରିବା ସହିତ ଯଦି ପୂର୍ବତନ ବିଧାୟକ ଏବଂ ତାଙ୍କ ସମର୍ଥକ ଛେଣ୍ଡିପଦାର ପ୍ରଗତିରେ ବାଧକ ସାଜନ୍ତି ତାହେଲେ ତାଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି କହିଛନ୍ତି।

Share

Leave a Reply