ଅନୁଗୁଳ: ପ୍ରକାଶ ପାଇଛି ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ଫଳ। ଏହି ନିର୍ବାଚନରେ ଅନୁଗୁଳବାସୀ ଯେଉଁ ରାୟ ପ୍ରଦାନ କରିଛନ୍ତି, ତାହାକୁ ଜିଲ୍ଲା କଂଗ୍ରେସ ଗ୍ରହଣ କରୁଛି। ଏଥିସହ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ସବୁ ସୁଖ, ଦୁଃଖ, ଭଲ ମନ୍ଦରେ ଆଗ ଭଳି ଆଗରେ ଠିଆ ହୋଇ ସମସ୍ତ କାର୍ଯ୍ୟରେ ଗଠନମୂଳକ ଉପସ୍ଥିତି ପ୍ରଦାନ କରିବାକୁ ଅନୁଗୁଳ ଜିଲ୍ଲା କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ବୋଲି ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ମିଡ଼ିଆ ସେଲ ଅଧ୍ୟକ୍ଷ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।
କଂଗ୍ରେସ ସବୁବେଳେ ଅନୁଗୁଳ ଜିଲ୍ଲାବାସୀଙ୍କ ସହ ଥିଲା ଅଛି ଆଉ ରହିବ, ନିର୍ବାଚନ ଫଳ ବାହାରିବା ପରେ ଦଳ ଦେଲା ପ୍ରତିଶ୍ରୁତି
- Post published:June 5, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau


