ଦରଦାମ୍ ବୃଦ୍ଧି ପ୍ରତିବାଦ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଓବିସି ସେଲ

You are currently viewing ଦରଦାମ୍ ବୃଦ୍ଧି ପ୍ରତିବାଦ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଓବିସି ସେଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଓବିସି ସେଲ ପକ୍ଷରୁ ସୋମବାର ଦର ବୃଦ୍ଧି ସହ ଅନ୍ୟ ସମସ୍ୟା ସମ୍ପର୍କରେ ଏକ ୯ ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ଏ ଅବସରରେ ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ବାଇଁଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ବିପ୍ଲବ ଜେନା, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ରାକେଶ ମିଶ୍ର, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ସଞ୍ଜିବ କୁମାର ମାଣ୍ଡୋଠିଆ, ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ଵିନୀ ବିଶ୍ୱାଳ, ଅନୁଗୁଳ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରା, ରାଜ୍ଯ ଅନୁସୂଚିତ ଜାତି ଆବାହକ ଟିକନ ବେହେରା, ଜିଲ୍ଲା ଅନୁସୂଚିତ ଜାତି ଅଧ୍ୟକ୍ଷ ନୀଳକଣ୍ଠ ନାଏକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ, କାସିଦା ଖାନ, ଯୁବ ନେତା ଅଭିଷେକ ନାୟକ, ହେମନ୍ତ ମହାଳିକ, ଛୋକୁଡି ଦେହୁରୀ, ବାବୁଲାଲ ଜେନା, ସୌମେନ୍ଦ୍ର ଦେହୁରି, ସୋଭିଏତ ମହାପାତ୍ର, ବିଭୂତି ଭୂଷଣ ସାମଲ,  ବୁବୁ ମିଶ୍ର, ବାପି ପରିଡା ସମେତ ବହୁ କଂଗ୍ରେସ ଜିଲ୍ଲା ଷ୍ଟାଡିୟମ୍ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

Share

Leave a Reply