ଅନୁଗୁଳ: ଆଇନସେବା ପ୍ରାଧୀକରଣ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଜିଲ୍ଲା ସାଥୀ ୟୁନିଟ୍ ତରଫରୁ ଶନିବାର ପାଳଲହଡ଼ା ତାଲୁକ୍ ଆଇନ୍ ସେବା କାର୍ଯ୍ୟାଳୟରେ ଅବହେଳିତ ଶିଶୁମାନଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ପ୍ରମାଣ ପତ୍ର ବଣ୍ଟନ ହୋଇଛି। କାର୍ଯ୍ୟକ୍ରମରେ ଜଣେ ଶିଶୁର ଆଧାର କାର୍ଡ ପଞ୍ଜୀକରଣ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରାଯାଇଥିବା ବେଳେ ୦୬ ଗୋଟି ଅବହେଳିତ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ୧୪ ଗୋଟି ଶିଶୁଙ୍କ ଆଧାର କାର୍ଡ ପଞ୍ଜୀକରଣ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରାଯାଇଥିଲା ଓ ୨୧ ଗୋଟି ଅବହେଳିତ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
ସେହିପରି ଅଗଷ୍ଟ ୧ ତାରିଖ ଦିନ ତାଳଚେର ତାଲୁକ୍ ଆଇନ୍ ସେବା କାର୍ଯ୍ୟାଳୟରେ ଅବହେଳିତ ଶିଶୁମାନଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।
କାର୍ଯ୍ୟକ୍ରମରେ ୧ ଗୋଟି ଶିଶୁର ଆଧାର କାର୍ଡ ପଞ୍ଜୀକରଣ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରାଯାଇଥିଲା ଓ ୭ ଗୋଟି ଅବହେଳିତ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
ଅଗଷ୍ଟ ୨ ତାରିଖ ଦିନ ଆଠମଲ୍ଲିକ ତାଲୁକ୍ ଆଇନ୍ ସେବା କାର୍ଯ୍ୟାଳୟରେ ଅବହେଳିତ ଶିଶୁମାନଙ୍କର ଜନ୍ମ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ୩ ଗୋଟି ଅବହେଳିତ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
ଅବହେଳିତ ଶିଶୁଙ୍କୁ ଚିହ୍ନଟ କରିବା ପାଇଁ ଏକ ସର୍ଭେ ଅଭିଯାନ ଗତ ମେ ୨୬ ତାରିଖ ୨୦୨୫ ଠାରୁ ଜୁନ ୨୬ ତାରିଖ ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଚିହ୍ନଟ ହୋଇଥିବା ଶିଶୁଙ୍କର ଆଧାର ପଞ୍ଜୀକରଣ ଓ ଜନ୍ମ ଗତ ପ୍ରମାଣ ପତ୍ର ପାଇଁ ଆବଶ୍ୟକ ଥିବା ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଚିବ, ଜିଲ୍ଲା ଆଇନସେବା ପ୍ରାଧୀକରଣ ତଥା ଅଧ୍ୟକ୍ଷ, ଜିଲ୍ଲା ସାଥୀ ୟୁନିଟ ପରିଚାଳନା କରିଥିଲେ।