ବେଆଇନ ବାଲିଚାଲାଣ ବେଳେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ରାତି ଅଧିଆ ଚଢ଼ଉ, ୮ ଗାଡ଼ି ଜବତ; ଜରିମାନା ଦେବା ପରେ ଛାଡ଼ିଲା ପ୍ରଶାସନ

You are currently viewing ବେଆଇନ ବାଲିଚାଲାଣ ବେଳେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ରାତି ଅଧିଆ ଚଢ଼ଉ, ୮ ଗାଡ଼ି ଜବତ; ଜରିମାନା ଦେବା ପରେ ଛାଡ଼ିଲା ପ୍ରଶାସନ

ଆଠମଲ୍ଲିକ/ ଅନୁଗୁଳ: ଆଠମଲ୍ଲିକ ତହସିଲ ଅଞ୍ଚଳରୁ ଶୁକ୍ରବାର ବିଳମ୍ବିତ ରାତିରେ ବେଆଇନ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ଉ କରି ୮ଟି ବାଲି ବୋଝେଇ ଗାଡ଼ି ଜବତ କରାଯାଇଛି। ଉପଜିଲ୍ଲାପାଳ ତରଣୀ ସୁନା ଓ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା। ଜବତ ଗାଡ଼ିଗୁଡିକ ମଧ୍ୟରେ ୨ ଟି ଟିପର (OR16 D 1079 ଓ OR 15R7298), ୨ ଟି ୧୨ ଚକିଆ ହାଇୱା (OD 15U5737 ଓ OD15 T 7467 ) ଓ ୪ ଟି ୧୦ ଚକିଆ ହାଇୱା (OD15 H 0899, OD05AP 2099, OD15 Q 5734, OD15J9542 ରହିଛି। ତହସିଲ ପକ୍ଷରୁ ବାଲି ବୋଝେଇ ଟିପରକୁ ପିଛା ୩୦ ହଜାର ଓ ବାଲି ବୋଝେଇ ହାଇୱା ପିଛା ୪୫ ହଜାର ଲେଖାଏଁ ମୋଟ ୩ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

ଆଠମଲ୍ଲିକ ତହସିଲ ପକ୍ଷରୁ ବିଭିନ୍ନ ବାଲିଘାଟ ନିଲାମ କରାଯାଇଥିବା ବେଳେ ବେଆଇନ ଭାବେ ଶୁକ୍ରବାର ରାତିରେ ବାଲି ଚୋରାଚାଲାଣ ହେଉଥିବା ନେଇ ଉପଜିଲ୍ଲାପାଳ ଅଭିଯୋଗ ପାଇଥିଲେ। ପରେ ଉପଜିଲ୍ଲାପାଳ ଓ ତହସିଲଦାର ମିଳିତ ଭାବେ ରାତି ସାରା ଚଢ଼ଉ କରିଥିଲେ। ଶନିବାର ସନ୍ଧ୍ୟା ସୁଦ୍ଧା ତହସିଲ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଜରିମାନା ଆଦାୟ କରାଯିବା ପରେ ଜବତ ଗାଡ଼ିଗୁଡ଼ିକ ଛାଡ଼ି ଦିଆଯାଇଥିବା ଜଣାଯାଇଛି।

Leave a Reply