ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ଗାଁରେ ମଇଳା ପାଣି ଫିଙ୍ଗିବାକୁ ନେଇ ଜଣେ ଯୁବକଙ୍କୁ ଗୁରୁବାର ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଗାଁର ସିପୁନ ସେଠୀ ଏଥିରେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ମଇଳା ପାଣି ଫିଙ୍ଗିବାକୁ ନେଇ ଗୁରୁବାର ସକାଳେ ସିପୁନଙ୍କ ସହିତ ସେହି ଗାଁର ସରୋଜ ସେଠୀ, ମନୋଜ ସେଠୀ ଓ ମିଛୁ ସେଠୀଙ୍କ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ୩ ଜଣ ଇଟାରେ ସିପୁନଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁକରି ସରୋଜ ସେଠୀ, ମନୋଜ ସେଠୀ ଓ ମିଛୁ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସାମାନ୍ୟ ଘଟଣାରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ
- Post published:September 23, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
