ସେନାବାହିନୀରେ ନିଯୁକ୍ତି ନିମନ୍ତେ ପ୍ରାକ୍ ତାଲିମ ଶିବିର ୧୫ରୁ

You are currently viewing ସେନାବାହିନୀରେ ନିଯୁକ୍ତି ନିମନ୍ତେ ପ୍ରାକ୍ ତାଲିମ ଶିବିର ୧୫ରୁ

ଅନୁଗୁଳ: ସେନାବା ହିନୀରେ ନିଯୁକ୍ତି ରାଲି ନିମନ୍ତେ ଅନୁଗୁଳର ପୁଲିସ ଟ୍ରେନିଂ କଲେଜଠାରେ ଏକ ପ୍ରାକ ତାଲିମ ଶିବିର ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଶିବିର ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଏକ ଆବାସିକ ତାଲିମ ଶିବିର, ଯେଉଁଥିରେ ପ୍ରାର୍ଥୀମାନଙ୍କୁ ସେନାବାହିନୀରେ ନିଯୁକ୍ତି ନିମନ୍ତେ ସେନାବାହି ନୀର ନିୟମାବଳି ମୁତାବକ ପ୍ରାକ୍ ତାଲିମ ମାଗଣାରେ ପ୍ରଦାନ କରାଯିବ ।ଏହି ଟ୍ରେନିଂ ପାଇଁ ଏକ ଯୋଗ୍ୟତାଭିତ୍ତିକ ଚୟନ ୧୧ ତାରିଖ ସକାଳ ୮ ଟା ବେଳେ ଶାରୀରିକ ପ୍ରଶିକ୍ଷଣ ପଡ଼ିଆ, ପିଟିସିଠାରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଅନୁଗୁଳ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀ ଯୋଗ ଦେଇପାରିବେ । ଏଥି ଲାଗି ବୟସ ସୀମା ୧୭ରୁ ୨୩ ବର୍ଷ, ଉଚ୍ଚତା ୧୬୨ ରୁ ୧୭୦ ସେଣ୍ଟିମିଟର ଏବଂ ଦଶମ/ ଦ୍ବାଦଶ ଶ୍ରେଣୀରେ ଅନ୍ୟୁନ ଯଥାକ୍ରମେ ୪୫% ଓ ୫୦% ନମ୍ବର ରଖି ଉତ୍ତୀର୍ଣ ହୋଇଥିବା ଆବଶ୍ୟକ। ଶିକ୍ଷାଗତ ଯୋଗ୍ୟତାର ମୂଳ ପ୍ରମାଣପତ୍ର ସହ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ପ୍ରାର୍ଥୀ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି । ଏ ସଂକ୍ରାନ୍ତରେ ଅଧିକ ବିବରଣୀ ନିମନ୍ତେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି।

Share

Leave a Reply