ଶାକ୍ୟମୁନି ଗୌତମ ବୁଦ୍ଧ ଚ୍ୟାଲେଞ୍ଜ କପ୍-୨୦୨୫: ମାନପୁରକୁ ହରାଇ ଟ୍ରଫି ହାତେଇଲା ତଳମୂଳ

You are currently viewing ଶାକ୍ୟମୁନି ଗୌତମ ବୁଦ୍ଧ ଚ୍ୟାଲେଞ୍ଜ କପ୍-୨୦୨୫: ମାନପୁରକୁ ହରାଇ ଟ୍ରଫି ହାତେଇଲା ତଳମୂଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସଂଜପଡା ପଞ୍ଚାୟତ ବୁଦ୍ଧନଗର ଖେଳ ପଡ଼ିଆରେ ଚାଲିଥିବା ତୃତୀୟ ଶାକ୍ୟମୁନି ଗୌତମ ବୁଦ୍ଧ ଚ୍ୟାଲେଞ୍ଜ କପ୍-୨୦୨୫ ଉଦଯାପିତ ହୋଇଛି। ଫାଇନାଲ୍ ମ୍ୟାଚରେ ମାନପୁରକୁ ହରାଇ ତଳମୂଳ ଚାମ୍ପିୟନ ହେବା ସହ କପ୍ ହାତେଇଛି।
୧୫ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ତଳମୂଳ, ମାନପୁର, କୁଚିଲାମୁଣ୍ଡା, ଗାଲପଡ଼ା, କଡ଼ଲା, ମାହଲଣ୍ଡା, ଘୁଡଘୁଡା, ପଧାନୀ, ତେନ୍ତୁଳିହତା, ବୀର ବାହାନପୁର, ମସାଣୀଆ, ଖଡଗପ୍ରସାଦ ପ୍ରମୁଖ ୧୬ଟି ଗ୍ରାମାଞ୍ଚଳ କ୍ରିକେଟ ଟିମ୍ ଅଂଶ ଗ୍ରହଣ କରିଥିଲେ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅନୁଗୁଳ ୨୭ ନଂ ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ଚନ୍ଦ୍ର ନାଏକ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆମ୍ବେଦକରବାଦୀ ତଥା ଢେଙ୍କାନାଳର ବରିଷ୍ଠ ଆଇନଜୀବୀ ପ୍ରଦ୍ୟୁମ୍ନ ନାଏକ, ନୟାଭାଗିରଥୀପୁର ସରପଞ୍ଚ ଜଟି ନାଏକ, ସମାଜ ସେବୀ ରାଜଶ୍ରୀ ନାଏକ, ସାମ୍ବାଦିକ ବନମାଳୀ ନାଏକ, ସମାଜସେବୀ ମୁନା ବେହେରା, ସୁନୀଲ ନାଏକ ପ୍ରମୁଖ ଯୋଗ ଦେଇ ଟ୍ରଫି ଓ ପୁରସ୍କାର ବିତରଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଆୟୋଜକ ଅନନ୍ତ ନାଏକ, ହେମନ୍ତ, ସୁଶାନ୍ତ, ପ୍ରଶାନ୍ତ, ସଞ୍ଜୟ, ନିର୍ମଳ, ଆକାଶ, କୃପାସିନ୍ଧୁ, ଗୋବିନ୍ଦ, ନୃସିଂହ, ସୁନୀଲ, ରାମ, ଅଭୟ, ବବ୍ଲୁ, ମଦନ, ସୁମନ୍ତ, ମୋହନ, ସୁଶୀଲ, କୀର୍ତ୍ତନ, ବିଭୂତି, ଦୀପୁ ଏବଂ କନ୍ଦର୍ପ ପ୍ରମୁଖ ଯୁବଗୋଷ୍ଠୀ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Share

Leave a Reply