ଛେଣ୍ଡିପଦା ବଜାରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍: ଡିକି ଭାଙ୍ଗି ନେଇଗଲେ ସୁନା ଚୁଡି ଓ କାନଫୁଲ

You are currently viewing ଛେଣ୍ଡିପଦା ବଜାରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍: ଡିକି ଭାଙ୍ଗି ନେଇଗଲେ ସୁନା ଚୁଡି ଓ କାନଫୁଲ

ଅନୁଗୁଳ: ଦିନ ଦ୍ବିପହରରେ ଛେଣ୍ଡିପଦା ବଜାରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେବାର ଏକ ଘଟଣା ଘଟିଛି। ଏଥିରେ ଦୁଇ ଜଣ ଲୁଟେରା ଥିଲେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଛେଣ୍ଡିପଦା ଥାନା କେନ୍ଦୁପଶି ଗ୍ରାମର ରାଜକିଶୋର ସାହୁ ଓ ତାଙ୍କ ସ୍ତ୍ରୀ ଛେଣ୍ଡିପଦା ସାହୁଜୀ ଗହଣା ଦୋକାନରୁ ୧ ଲକ୍ଷ ୯୫ ହଜାର ଟଙ୍କାର ମଙ୍ଗଳସୂତ୍ର, ଚୁଡି ଓ କାନ ଫୁଲ କିଣିଥିଲେ। ରାଜକିଶୋରଙ୍କ ସ୍ତ୍ରୀ ମଙ୍ଗଳ ସୂତ୍ରକୁ ବେକରେ ପିନ୍ଧିବା ସହିତ ଅନ୍ୟ ଅଳଙ୍କାରକୁ ମଟରସାଇକେଲ୍ ଡିକିରେ ରଖିଥିଲେ।

ଗାଡ଼ିକୁ ରାସ୍ତା କଡ଼ରେ ରଖି ଦୋକାନରୁ ଔଷଧ କିଣୁଥିବା ସମୟରେ ଦୁଇ ଜଣ ଲୁଟେରା ଡିକି ଭାଙ୍ଗି ୧ ଲକ୍ଷ ୨୨ହଜାର ଟଙ୍କାର ଚୁଡି ଓ କାନଫୁଲ ଲୁଟି ନେଇଥିଲେ। ଏହା ଦେଖି ରାଜକିଶୋର ପାଟି କରିବାରୁ ସ୍ଥାନୀୟ ଲୋକେ ଦୁଇ ଜଣ ଲୁଟେରାର ପିଛା କରିଥିଲେ ମଧ୍ୟ କରିପାରିନଥିଲେ। ତେବେ ଏନେଇ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ଛାନଭିନ ଚଳାଇଛି।

Share

Leave a Reply