ପାଣ୍ଡୁରୀପଥର ହନୁମାନ ମନ୍ଦିରରେ ରତ୍ନମୁଦ ଉତ୍ସବ; ପବିତ୍ର ଯଜ୍ଞ ଓ ସୁନ୍ଦରାକାଣ୍ଡ ନାଟକରେ ବିଭୋର ହେଲେ ଶ୍ରଦ୍ଧାଳୁ

You are currently viewing ପାଣ୍ଡୁରୀପଥର ହନୁମାନ ମନ୍ଦିରରେ ରତ୍ନମୁଦ ଉତ୍ସବ; ପବିତ୍ର ଯଜ୍ଞ ଓ ସୁନ୍ଦରାକାଣ୍ଡ ନାଟକରେ ବିଭୋର ହେଲେ ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଧଉରାପାଲ୍ଲୀ ପଞ୍ଚାୟତର ପାଣ୍ଡୁରୀପଥର ଗ୍ରାମରେ ନବନିର୍ମିତ ହନୁମାନ ମନ୍ଦିରର ରତ୍ନମୁଦ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ୧୫୪ଟି କଳସରେ ନିକଟସ୍ଥ ନଦୀରୁ ଜଳ ଅଣାଯାଇ ଏକ ଭବ୍ୟ ଶୋଭାଯାତ୍ରା ସହ ମନ୍ଦିରରେ ସ୍ଥାପନ କରାଯାଇଥିଲା। ଏହାପରେ ପୂଜାର୍ଚ୍ଚନା ଓ ଅଙ୍କୁରାରୋପଣ ବିଧି ସମ୍ପନ୍ନ ହୋଇଥିଲା।

ମୁଖ୍ୟ ପୁରୋହିତ କୁଞ୍ଜବିହାରୀ ହୋତାଙ୍କ ସମେତ ସହ ପୂଜକ ନୟନ ତ୍ରିପାଠୀ ଓ ବିକନ ପଣ୍ଡାଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ପରିଚାଳିତ ହୋଇଥିଲା। ମନ୍ଦିର ଶିଖରରେ ଅଷ୍ଟଧାତୁ ଏବଂ ବିଭିନ୍ନ ଶସ୍ୟ ପ୍ରଦାନ ପୂର୍ବକ ରତ୍ନମୁଦ କାର୍ଯ୍ୟ ସମାପନ ହୋଇଥିଲା। ଏଥିରେ ପ୍ରସନ୍ନ ବିଶ୍ୱାଳ ଓ ତାଙ୍କ ଧର୍ମପତ୍ନୀ ପଦ୍ମାବତୀ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ।

କମିଟି ସଭାପତି ବୀରେନ ତ୍ରିପାଠୀ ଓ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ରାତିରେ ‘ସୁନ୍ଦରାକାଣ୍ଡ’ ନାଟକ ପରିବେଷଣ ସହ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ହୋଇଥିଲା।

Share

Leave a Reply