ଅନୁଗୁଳ: ଅନୁଗୁଳ ନୂଆମୌଜା ଗାଁର ଜଣେ ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ତାଳଚେର ଥାନା ଅଞ୍ଚଳର ସ୍ବାମୀ ଓ ଶଶୁରଙ୍କୁ ଗୁରୁବାର ଗିରଫକରିଛି। ସୂଚନା ମୁତାବକ, ୫ ବର୍ଷ ତଳେ ତାଳଚେର ଥାନା ଅନ୍ତର୍ଗତ ବାଲୁଗାଁର ଅଥାଳ ପ୍ରଧାନଙ୍କ ପୁଅ ପପୁନ ପ୍ରଧାନ ନୂଆମୌଜାର ଜଣେ ଅସବର୍ଣ୍ଣ ଯୁବତିଙ୍କୁ ପ୍ରେମକରି ଘରୁନେଇ ତାମିଲନାଡ଼ୁ ପଳାଇଥିଲେ। ସେଠାରୁ ଫେରି ପପୁନ ନିଜ ଘରକୁ ଯିବାପରେ ପରିବାର ଲୋକମାନେ ପପୁନଙ୍କ ସ୍ତ୍ରୀଙ୍କୁ ମାନ୍ୟତା ଦେଇନଥିଲେ। ତାଙ୍କୁ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିଲେ। ଏ ନେଇ ପପୁନଙ୍କ ସ୍ତ୍ରୀ ଅନୁଗୁଳ ସଦର ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ପପୁନ ଓ ତାଙ୍କ ବାପା ଅଥାଳଙ୍କୁ ଗୁରୁବାର ଗିରଫକରି କୋର୍ଟ ଚାଲାଣ କରିଛି।
ସ୍ତ୍ରୀ କୁ ନିର୍ଯାତନା ଅଭିଯୋଗରେ ସ୍ବାମୀ ଓ ଶଶୁର ଗିରଫ
- Post published:October 29, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
