ସାତକୋଶିଆ ଗଣ୍ଡ ନିକଟରେ ୮ ବର୍ଷର ବାଳକକୁ ଟାଣି ନେଲା କୁମ୍ଭୀର, ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅନୁଗୁଳ : ଅନୁଗୁଳ ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ା ଗାଁରେ କୁମ୍ଭୀର ଆକ୍ରମଣରେ ଏକ ୮ ବର୍ଷର ବାଳକର ମୃତ୍ୟୁ ହୋଇଛି। ମୃତ ଶିଶୁ ଟିକରପଡା ଘାଟ ସାହିର ସମୀର ନାୟକ ବୋଲି ଜଣାଯାଇଛି।
ସୂଚନା ମୁତାବକ, ସମୀର ଟିକରପଡା ଘାଟ ସାହି ନଦୀ ପାଖରେ ଖେଳୁଥିବା ବେଳେ କୁମ୍ଭୀର ତାକୁ ନଦୀକୁ ଟାଣିନେଇଥିଲା। ମୃତ ଅବସ୍ଥାରେ ସ୍ଥାନୀୟ ଲୋକ ବାଳକକୁ ଉଦ୍ଧାର କରିଥିଲେ। ବାଳକର ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟିକରପଡା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିବା ସହ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।