ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ ଥିବା ୫ଟି ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଯୋଜନାରେ ଉନ୍ନତିକରଣ ପାଇଁ ମଙ୍ଗଳବାର ଶିଳାନ୍ୟାସ କରାଯାଇଛି। ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ଶିଳାନ୍ୟାସ କରିଛନ୍ତି। ଏତିପୂର୍ବରୁ ଯୁବ ନେତା ଅଜିତ୍ ପ୍ରସାଦ ଦ୍ବିବେଦୀ ଓ ବିଶ୍ବରଂଜନ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ରାଜ ହୋଟେଲ ଛକନିଠାରୁ ଏକ ବାଇକ୍ ଶୋଭାଯାତ୍ରାରେ ଶ୍ରୀ ସିଂହଙ୍କୁ ପାଛୋଟି ନିଆଯାଇଥିଲା। ଏନ୍ଏସି ହାଇସ୍କୁଲ, ହୁଲୁର୍ ସିଂହା ହାଇସ୍କୁଲ, ଟାଉନ ହାଇସ୍କୁଲ, ପିଟିସି ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆ, ବିଜେଡିର ସରୋଜ ନାଏକ, ସରୋଜ ନାରାୟଣ ସାହୁ, ଅବିନାଶ ପରିଡ଼ା, ପ୍ରଶାନ୍ତ ଦେହୁରୀ, ଦେବବ୍ରତ ନାଏକ, ଅଶୋକ ଖିଲାର, କାହ୍ନୁ ମେହେର, ପିନାକୀ ପ୍ରସାଦ ସିଂହ, ଭବାନୀ ଶଙ୍କର ମିଶ୍ର, ରାକେଶ ନନ୍ଦ, ନୀଳାଦ୍ରି ବିହାରୀ ମହାପାତ୍ରଙ୍କ ସମେତ ଅନୁଗୋଳ ପୌରାଞ୍ଚଳ ବିଜେଡିର ସମସ୍ତ କାଉନସିଲର, କର୍ମୀ,ବିଜୁ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କ ସହିତବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ।
ଅନୁଗୁଳ ପୌରାଞ୍ଚଳରେ ୫ ବିଦ୍ୟାଳୟର ଉନ୍ନତିକରଣ ଶିଳାନ୍ୟାସର
- Post published:September 29, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau


