ଅନୁଗୁଳ: ହାତୀ ଆକ୍ରମଣରେ ବୃଦ୍ଧ ଆହତ। ଆହତ ହେଲେ ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ କୋହ୍ଲସାହିର ବରଜୁ କୋହ୍ଲ (୬୦)।
ସୂଚନା ମୁତାବକ, ବରଜୁ କୋହ୍ଲ ନିକଟସ୍ଥ ନାଳକୁ ଶନିବାର ସକାଳୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ହଠାତ ଏକ ହାତୀ ସହ ମୁହାଁମୁହିଁ ହୋଇଥିଲା ବେଳେ ହାତୀ ଶୁଣ୍ଢରେ ବରଜୁକୁ ଟେକି ଫିଙ୍ଗି ଦେଇଥିଲା। ବରଜୁଙ୍କ ପାଟିଶୁଣି ସାହି ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବନବିଭାଗ ବହନ କରିବ ବୋଲି ବନ୍ତଳା ବନପାଳ ପ୍ରସନ୍ନ କୁମାର ସାହୁ କହିଛନ୍ତି। ତେବେ ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ଏଭଳି ହାତୀ ଆକ୍ରମଣ କରୁଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।