ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗୁରୁବାର ୪ର୍ଥ ଦିନରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପାଇଁ ୨୦୧୩ ଜଣ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ ହୋଇଛି। ଜିଲ୍ଲାରେ ୧୪୬୪ ଜଣ ୱାର୍ଡ ସଭ୍ୟ, ୨୫୪ ଜଣ ସରପଞ୍ଚ, ୨୪୯ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୪୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ଅନୁଗୁଳ ବ୍ଲକରେ ୩୨୦ ଜଣ ୱାର୍ଡ ସଭ୍ୟ, ୩୫ ଜଣ ସରପଞ୍ଚ, ୩୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବଅଁରପାଳ ବ୍ଲକରେ ୨୩୫ ଜଣ ୱାର୍ଡ ସଭ୍ୟ, ୪୪ ଜଣ ସରପଞ୍ଚ, ୩୪ ଜଣ ସମିତି ସଭ୍ୟ ଓ ୧୦ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛେଣ୍ଡିପଦା ବ୍ଲକରେ ୨୧୯ ଜଣ ୱାର୍ଡ଼ ସଭ୍ୟ, ୨୬ ଜଣ ସରପଞ୍ଚ, ୩୩ ଜଣ ସମିତି ସଭ୍ୟ ଓ ୭ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଳଚେର ବ୍ଲକରେ ୧୧୪ ଜଣ ୱାର୍ଡ ସଭ୍ୟ, ୨୩ ଜଣ ସରପଞ୍ଚ, ୩୨ ଜଣ ସମିତି ସଭ୍ୟ ଓ ୭ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଣିହାଁ ବ୍ଲକରେ ୧୮୩ ଜଣ ୱାର୍ଡ ସଭ୍ୟ, ୩୬ ଜଣ ସରପଞ୍ଚ, ୩୩ ଜଣ ସମିତି ସଭ୍ୟ ଓ ୩ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଠମଲ୍ଲିକ ବ୍ଲକରେ ୧୩୯ ୱାର୍ଡ ସଭ୍ୟ, ୨୪ ସରପଞ୍ଚ, ୨୩ ଜଣ ସମିତି ସଭ୍ୟ ଓ ୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିଶୋରନଗର ବ୍ଲକରେ ୯୮ ଜଣ ୱାର୍ଡ଼ ସଭ୍ୟ, ୨୫ ଜଣ ସରପଞ୍ଚ, ୨୪ ଜଣ ସମିତି ସଭ୍ୟ ଓ ୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିଭଳି ପାଲଲହଡ଼ା ବ୍ଲକରେ ୧୫୬ ଜଣ ୱାର୍ଡ ସଭ୍ୟ, ୪୧ ଜଣ ସରପଞ୍ଚ, ୩୪ ଜଣ ସମିତି ସଭ୍ୟ ଓ ୪ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।
୪ର୍ଥ ଦିନରେ ୨୦୧୩ ଜଣଙ୍କ ନାମାଙ୍କନପତ୍ର ଦାଖଲ
- Post published:January 21, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
