ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ପରା ନିକଟରେ ସୋମବାର ଅପରାହ୍ନ ପ୍ରାୟ ୫ଟା ବେଳେ ଦୁଇଟି ମୋଟର ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟି ଘଟଣସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି।ମୃତ ଯୁବକ ଜଣକ ପରା ଗାଁର ଦୀପକ ପ୍ରଧାନ ବୋଲି କୁହାଯାଉଛି, ଅନ୍ୟ ଦୁଇ ଗୁରୁତର ପୁରୁଣାଗଡ ନିକଟବର୍ତ୍ତୀ ସରଧା ପୁର ଗାଁର ସଂଗ୍ରାମ ଓ ପବନ ବୋଲି ଜଣାପଡିଛି। ଦୁର୍ଘଟଣା ପରେ ସେଠାରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି। ଜରାସିଂହା ଓ ରାଣୀଗୋଡା ଗାଁର କିଛି ସ୍ବେଚ୍ଛାସେବୀ ଏକ ବଲେରୋ ଯୋଗେ ଆହତଙ୍କୁ ଆଣି ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଇଥିଲେ। ତେବେ ସ୍ବେଚ୍ଛାସେବୀ ମାନେ ଡ୍ରେସିଂ ରୁମ୍ରେ ଜଣେ ଠିକା କର୍ମଚାରୀ ଆହତ ସଂଗ୍ରାମଙ୍କ ପକେଟରୁ ଆଠଶହ ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି। ଏହି ଟଙ୍କା ପକେଟ୍ ମାରର ଭିଡିଓ ସେମାନେ କରିଥିବା ଦାବି କରିଛନ୍ତି। ଡ଼ାକ୍ତରଖାନା କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସେମାନେ ଦୃଢ଼ ନିନ୍ଦା କରିଛନ୍ତି। ଖବର ଲେଖା ହେଲା ବେଳକୁ ରାସ୍ତା ରୋକ ହଟି ନାହିଁ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।
ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର
- Post published:February 7, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
