ଅନୁଗୁଳ: କରୋନାର ତୃତୀୟ ଲହରୀ ପାଇଁ ଏବେ କୋଭିଡ କଟକଣା ଜାରି କାରାଯାଇଥିବା ବେଳେ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି । ଏପରିକି ଘରୋଇ କୋଚିଂ ସେଣ୍ଟର ଗୁଡିକୁ ମଧ୍ୟ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି । ତେବେ ଏହାକୁ ଅମାନ୍ୟ କରି ସହରରେ କିଛି ଘରୋଇ କୋଚିଂ ସେଣ୍ଟର ପିଲାମାନଙ୍କୁ ପାଠ ପଢାଉଥିବାର ଅଭିଯୋଗ ସୋମବାର ଅନୁଗୁଳ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ସହରର ଅମଲାପଡା ଅଞ୍ଚଳରେ ୪ଟି କୋଚିଂ ସେଣ୍ଟର ଉପରେ ଚଢ଼ଉ କରାଯାଇଥିଲା। ଚଢ଼ାଉ ସମୟରେ ୨ଟି କୋଚିଂ ସେଣ୍ଟରରେ ପିଲା ବସି ପାଠ ପଢୁଥିବା ଦେଖିବା ପରେ ପୁଲିସ ସେଣ୍ଟର ପରିଚାଳକମାନଙ୍କଠାରୁ ଜରିମାନା ଆଦାୟ କରିଥିଲା । କୋଭିଡ ନିୟମ ଖୁଲାପ ଅଭିଯୋଗରେ ଗୋଟିଏ କୋଚିଂ ସେଣ୍ଟରରୁ ୨ ହଜାର ଓ ଅନ୍ୟଟିରୁ ୧ ହଜାର ମୋଟ ୩ ହଜାର ଜରିମାନା ଆଦାୟ ହୋଇଛି। ଆଉ ୨ଟି ସେଣ୍ଟରରେ ପିଲା ନଥିବାରୁ ସେମାନଙ୍କୁ ଛାଡି ଦିଆଯାଇଛି। ପ୍ରଥମ ଦିନରେ ସେମାନଙ୍କଠାରୁ ଜରିମାନା ଆଦାୟ କରି ଛାଡି ଦିଆଯାଇଛି। ଏହାକୁ ଆମନ୍ୟ କଲେ ଆଗାମୀଦିନରେ ସେଣ୍ଟରକୁ ସିଲ କରିଦିଆଯିବ ବୋଲି ପୁଲିସ କହିଛି।
କୋଚିଂସେଣ୍ଟର ଉପରେ ପୁଲିସର ଚଢ଼ଉ, ୩ ହଜାର ଜରିମାନା ଆଦାୟ

coaching centre ra name kn?