ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀର ପ୍ରତିବାଦ

You are currently viewing ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀର ପ୍ରତିବାଦ

ଅନୁଗୁଳ: ଓଡ଼ିଶାର ଅନ୍ୟତମ ବରିଷ୍ଠ ସାମ୍ବାଦିକ ଆର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲୁ ଯେଭଳି ଢଙ୍ଗରେ ଗିରଫ କଲା ତାହାକୁ ରାଜ୍ୟ ସାରା ନିନ୍ଦା କରାଯାଇଛି। ଚ୍ୟାନେଲ ପାଇଁ ସାମଗ୍ରୀ କିଣାବିକା କିମ୍ବା ଅଫିସ ଭଡା ବାକି ଥିଲେ ତାହା ଉଭୟପକ୍ଷ ମଧ୍ୟରେ ସହମତିରେ ସମାଧାନ ନ ହେଲେ କୌଣସି ପକ୍ଷ କୋର୍ଟକୁ ଯାଇ ପାରିବ। କିନ୍ତୁ ଯେଉଁଭଳି ଢଙ୍ଗରେ ଅର୍ଦ୍ଧେନ୍ଦୁଙ୍କୁ ରାତି ଅଧିଆ ଗିରଫ କରାଗଲା ତାକୁ ରାଜ୍ୟର ସାମ୍ବାଦିକ ସମୁଦାୟ ଗ୍ରହଣ କରିପାରୁନାହାନ୍ତି। ତେଣୁ ଏହି ଘଟଣାର ପ୍ରତିବାଦ କରି ବରିଷ୍ଠ ସାମ୍ବାଦିକ ସୁବାସ ସାହୁ ଏବଂ ମହେଶ ଭୋମରାଜଙ୍କ ନେତୃତ୍ୱରେ ଅନୁଗୁଳ ସାମ୍ବାଦିକ ମାନେ ଏଡିଏମ ରଜନୀକାନ୍ତ ସ୍ୱାଇଁଙ୍କ ଜରିଆରେ ଓଡ଼ିଶାର ରାଜ୍ୟପାଳ ଗଣେଶି ଲାଲଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପ୍ରଦାନ କରିଥିଲେ ।

Share

Leave a Reply