ଆଜିର ରାଶିଫଳ

0

ମେଷ: ଚତୁର୍ଥ ଚନ୍ଦ୍ର, ମଙ୍ଗଳବାର ଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ। ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ ଏବଂ ସମସ୍ତ ସୁବିଧାସୁଯୋଗ ହାତ ପାଆନ୍ତାରେ ଉପଲବ୍ଧ ହେବ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ପଦସ୍ଥ ଅଧିକାରୀଙ୍କ କୃପାଲାଭ କରିବେ । ଯେଉଁମାନଙ୍କର ଅଶ୍ବିନୀ ଓ ଦ୍ବିଜା ମେଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୩, ଆରାଧନା: ପ୍ରଭୁ ସ୍କନ୍ଦ ।

ବୃଷ: ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇଭଉଣୀଙ୍କ ସାହାଯ୍ୟ, ସହଯୋଗ ଓ ସେମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା କିମ୍ବା ନୂତନ ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖୁବେ । କର୍ମରେ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା,କାର୍ଯ୍ୟଦକ୍ଷତା ଓ ସମୟାନବର୍ତ୍ତିତା ପ୍ରକାଶ ପାଇବ।ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୨, ଆରାଧନା: ମା’ କମଳା ।

ମିଥୁନ: କୃଷ୍ଣପକ୍ଷର ଦ୍ଵିତୀୟ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା,ପରିବାରରେ ବିବାଦ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବହୁବିଧ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ପୁନର୍ବସୁ ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କେ, କୋ, ହା ସେମାନେ ସତର୍କ ହେବେ । ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୮, ଆରାଧନା: ମା’ ଭୈରବୀ।

କର୍କଟ: ଶ୍ରୀଚନ୍ଦ୍ର, ମଙ୍ଗଳବାର, ପଞ୍ଚମୀ ତିଥ୍ ଯୋଗୁ ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ପଡ଼ୋଶୀଙ୍କ ସହ ବନ୍ଧୁତା, ବନ୍ଧୁବାନ୍ଧବଙ୍କ ସହ ମିତ୍ରତା, ମନରେ ପ୍ରସନ୍ନତା ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ। ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଏବଂ ସମସ୍ତଙ୍କର ସ୍ନେହ ଶ୍ରଦ୍ଧାର ପ୍ରାପ୍ତ ହେବେ । ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସିଲ୍‌ଭର, ସଂଖ୍ୟା: ୨, ଆରାଧନା: ମା’ ସମଲେଶ୍ବରୀ।

ସିଂହ: ଅପବ୍ୟୟ, ଅପବାଦ, ଅପଯଶ ଓ ଅପନିନ୍ଦାରୁ ମୁକ୍ତ ହେବେ ଓ ଅଯଥା ଖର୍ଚ୍ଚ ଓ ବଦଖର୍ଚ୍ଚରୁ ମୁକ୍ତ ହେବେ । ଠିକ୍‌ ସମୟରେ ଠିକ୍ ନିଷ୍ପଭି ନେବେ ଏବଂ ଅନୁଚିତ୍ କର୍ମ ପରିତ୍ୟାଗ କରି ଉଚିତ୍ କର୍ମରେ ଆଗ୍ରହ ରଖୁବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମକୁ ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ମଘା ଓ ପୂର୍ବ ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୬, ଆରାଧନା: ପ୍ରଭୁ ଗଜାନନ ।

କନ୍ୟା: ଏକାଦଶ ଚନ୍ଦ୍ର ହେତୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆୟ ଓ ବ୍ୟବସାୟ ପ୍ରତି ଅଧିକ ଧ୍ୟାନ ଓ ଆଗ୍ରହ ରହିବ। ଧନର ସନିଯୋଗ ଓ ଉନ୍ନତିମୂଳକ କର୍ମରେ ମନୋନିବେଶ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: କଫି, ସଂଖ୍ୟା: ୮, ଆରାଧନା: ଭଗବାନ ବିଷ୍ଣୁ ।

ତୁଳା: ଦଶମ ଚନ୍ଦ୍ର, ବୁଧଙ୍କ ନକ୍ଷତ୍ର ଯୋଗୁ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ମନରେ ସନ୍ତା, ସଦ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍ଵକର୍ମରେ ଅଧିକ ଆଗ୍ରହ ରହିବ । ଆଜି ଯେକୌଣସି କାମ ହାତକୁ ନେବେ ସେଥିରେ ସଫଳତା ପାଇବେ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧ୍ଵକ ଧ୍ୟାନ ଦେବେ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ହେବ। ଯେଉଁମାନଙ୍କର ସ୍ବାତୀ ତୁଳା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୪, ଆରାଧନା: ପ୍ରଭୁ ଶ୍ରୀରାମ ।

ବିଛା: କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ,କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ପରିବାରରେ ମନୋମାଳିନ୍ୟ ଦେଖାଦେବ। ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ସ୍ଵଳ୍ପ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା ଓ ଯାହାର ପ୍ରଥମ ନାମାକ୍ଷର ଯେ, ଯେ, ଯି, ୟୁ, ସେମାନେ ସତର୍କ ହେବେ। ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୩, ଆରାଧନା: ମା’ ବଗଳାମୁଖୀ ।

ଧନୁ: ଅଷ୍ଟମ ଚନ୍ଦ୍ର ଓ ମଙ୍ଗଳବାର ଯୋଗୁ ବାଦାବିବାଦ, ସ୍ବାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନ ଅସ୍ଥିର ରହିବ ଏବଂ ସାମାନ୍ୟ କଥାରେ ହତୋତ୍ସାହ ଓ ଅଧୈର୍ଯ୍ୟ ହେବେ । ଜାଣିଶୁଣି ଅନୁଚିତ୍ କର୍ମରେ ଅଗ୍ରସର ହେବେ ଏବଂ ବିନା କାରଣରେ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟଠାରୁ ବଦଖର୍ଚ୍ଚ ଅଧ୍ୟକ ହେବ ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଧନୁ ଓ ଯାହାର ପ୍ରଥମ ନାମାକ୍ଷର ‘ଭେ’ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୨, ଆରାଧନା: ପ୍ରଭୁ ଗଜାନନ ।

ମକର: ଘାତବାର ଓ ସପ୍ତମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା, ଉତ୍କଣ୍ଠା ଓ ବ୍ୟଗ୍ରତା ବୃଦ୍ଧି ପାଇବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମତୃପ୍ତି ମିଳିବ ନାହିଁ।ଯେଉଁମାନଙ୍କର ଶ୍ରବଣା ମକର ସେମାନେ ଉପକୃତ ହେବେ । ଶୁଭରଙ୍ଗ: ବାଇଗଣୀ,ସଂଖ୍ୟା: ୬, ଆରାଧନା: ମା’ ଦୁର୍ଗା ।

କୁମ୍ଭ: ଷଷ୍ଠ ଚନ୍ଦ୍ର ଯୋଗୁ ଯଶ, ସମ୍ମାନ,ସାମାଜିକ ପ୍ରତିଷ୍ଠା ଓ ଜନ ସମ୍ପର୍କ ବୃଦ୍ଧି ପାଇବ । ପରୋପକାର, ସମାଜସେବା ଓ ଧାର୍ମିକ କାର୍ଯ୍ୟରେ ଅଧିକ ଆଗ୍ରହ ରହିବ ଏବଂ ରୋଗ, ଋଣ, ଶତ୍ରୁ ଏଥୁରୁ କିଛି ମାତ୍ରାରେ ମୁକ୍ତି ମିଳିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ଉପକୃତ ହେବେ । ଶୁଭରଙ୍ଗ: କଳା,ସଂଖ୍ୟା: ୬, ଆରାଧନା: ମା’ କାଳୀ ।

ମୀନ: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର, ଘାତ ନକ୍ଷତ୍ର ଯୋଗୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ନିଜର ପ୍ରିୟବନ୍ଧୁ, ପଡ଼ୋଶୀଙ୍କ ସହ ମତାନ୍ତର ଏବଂ ଇତର ଜନଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ସ୍ବଳ୍ପ ଓ ଅଯଥା ଖର୍ଚ୍ଚ ଅଧୂକ ହେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ। ଯେଉଁମାନଙ୍କର ରେବତୀ ମୀନ ଓ ଯାହାର ପ୍ରଥମ ନାମାକ୍ଷର ଦେ, ଦା, ଚା, ଚି ସେମାନେ ସତର୍କ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା : ୭, ଆରାଧନା: ମା’ ତାରା ।

Leave A Reply

Your email address will not be published.

error: Content is protected !!