ଆଜିର ରାଶିଫଳ

0

ମେଷ: ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଶାରୀରିକ ପୀଡ଼ା ଏବଂ ଆର୍ଥିକ ଠକାମିରେ ପଡ଼ିବେ । ଆୟ ଅପେକ୍ଷା ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ଵଳ୍ପ ହେବ ଏବଂ ମନରେ ହତୋତ୍ସାହ ଭାବ ପ୍ରକାଶ ପାଇବ । କର୍ମରେ ବିଫଳତା ଓ କର୍ମ ପ୍ରତି ଆଳସ୍ୟତା ଭାବ ଦେଖାଦେବ । ସନ୍ଧ୍ୟା ୬ଟା ୧୭ ମିନିଟ୍ ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ। ଯେଉଁମାନଙ୍କର କୃତ୍ତିକା ମେଷ ଓ ଯାହାର ପ୍ରଥମ ନାମାକ୍ଷର ‘ଆ’ ସେମାନେ ସତର୍କ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା : ୧୧, ଆରାଧନା: ମା’ ବଗଳାମୁଖୀ ।

ବୃଷ: ଶୁକ୍ରବାର, ଶ୍ରୀଚନ୍ଦ୍ର, ଶିବଯୋଗ ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ସୃଜନରେ ସୁସମ୍ପର୍କ ଏବଂ ସ୍ବାସ୍ଥ୍ୟ ଉତ୍ତମ ରହିବ । ଆମୋଦପ୍ରମୋଦ ଓ ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ପ୍ରତି ଅଧିକ ଆନ୍ତରିକତା ରହିବ । ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ସନ୍ଧ୍ୟା ୬ଟା ୧୭ ମିନିଟ୍ ପରେ ଦ୍ଵିତୀୟ ଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା ଓ କିଛି ସମସ୍ୟା ଦେଖାଦେବ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ଧଳା, ସଂଖ୍ୟା: ୮, ଆରାଧନା: ମା’ ସମଲେଶ୍ବରୀ ।

ମିଥୁନ: ଦ୍ବାଦଶ ଚନ୍ଦ୍ର ଓ ଶ୍ରୀଚନ୍ଦ୍ର ଯୋଗୁ ମନରୁ ଦୁଶ୍ଚିନ୍ତା,ଦୁର୍ଭାବନା ଓ ହତୋତ୍ସାହ ଭାବ ଲୋପ ପାଇବ । ଠିକ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ କୁସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗ କରିବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଅପେକ୍ଷା ବ୍ୟୟ କମ୍ ରହିବ ଏବଂ କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କର୍ମକୁ ସଫଳତାର ସହ ସମ୍ପାଦନ କରିବେ | ଯେଉଁମାନଙ୍କର ଆର୍ଦ୍ର ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୧୨, ଆରାଧନା:
ଭଗବାନ ବିଷ୍ଣୁ ।

କର୍କଟ: ଏକାଦଶ ଚନ୍ଦ୍ର, ଏଗାର ତାରିଖ, ଏଗାର ମାସ ଓ ମୃଗଶିରା ନକ୍ଷତ୍ର ଯୋଗୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ । ଧନ, ସମ୍ପଦ, ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବ ଏବଂ କୌଣସି ଶୁଭକର୍ମର ଆୟୋଜନ କରିବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛି ମାତ୍ରାରେ ସମର୍ଥ ହେବେ । କର୍ମରେ ସଫଳତା ଏବଂ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବେ ।ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୫, ଆରାଧନା: ମା’ ଭୁବନେଶ୍ବରୀ ।

ସିଂହ: ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ କର୍ମରେ ଓ ଆୟରେ ଉନ୍ନତି ଆସିବ। ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିବେ କିମ୍ବା ନୂତନ ଭୂମିପୂଜା ଓ ଗୃହ ନିର୍ମାଣ ଆରମ୍ଭ କରିବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୩, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା: କୃଷ୍ଣପକ୍ଷର ନବମ ଚନ୍ଦ୍ର ଓ ସନ୍ଧ୍ୟା ୬ଟା ୧୭ ମିନିଟ୍ ପରେ ଘାତଚନ୍ଦ୍ର ଯୋଗୁ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ମନରେ ହତୋତ୍ସାହ ଭାବ ପ୍ରକାଶ ପାଇବ । ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ,ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ I ଯେଉଁମାନଙ୍କର ଚିତ୍ରା କନ୍ୟା ଓ ଯାହାର ପ୍ରଥମ ନାମାକ୍ଷର ଯେ, ପୋ ସେମାନେ ସତର୍କ ହେବେ ।ଶୁଭରଙ୍ଗ: ଚକୋଲେଟ୍‌, ସଂଖ୍ୟା: ୧୨, ଆରାଧନା:ମା’ ଷୋଡ଼ଶୀ।

ତୁଳା: ଅଷ୍ଟମ ଚନ୍ଦ୍ର ଓ ନବମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନୁର, ଶାରୀରିକ ପୀଡ଼ା ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ବିନା କାରଣରେ ବହୁତ ବ୍ୟସ୍ତ ରହିବେ ଏବଂ ଜାଣିଶୁଣି ବିପଦକୁ ଆମନ୍ତ୍ରିତ କରିବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ସ୍ଵଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଚିତ୍ରା ତୁଳା ଓ ଯାହାର ପ୍ରଥମ ନାମାକ୍ଷର ରା, ରି, ସେମାନେ ସତର୍କ ହେବେ। ଶୁଭରଙ୍ଗ: ନୀଳ, ସଂଖ୍ୟା: ୪, ଆରାଧନା: ମା’ ଗାୟତ୍ରୀ ।

ବିଛା: ଘାତବାର, ଘାତଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା,ପରିବାରରେ ବିବାଦ ଏବଂ ଧର୍ମପତ୍ନୀଙ୍କ ସହ ମତାନ୍ତର କିମ୍ବା ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଅପରିଚିତ ମହିଳାଙ୍କଠାରୁ ଅପମାନ କିମ୍ବା ତାଙ୍କ ପାଇଁ ବିପଦରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ସ୍ବଳ୍ପ ହେବ ଏବଂ କର୍ମରେ ବିଫଳତା ଓ ମାନ, ସମ୍ମାନ ହାନି ଘଟିବ । ସନ୍ଧ୍ୟା ୬ଟା ୧୭ ମିନିଟ୍ ପରେ ଅଷ୍ଟମ ଚନ୍ଦ୍ର ଯୋଗୁ ଆହୁରି ଗୁରୁତର ସମସ୍ୟା ଦେଖାଦେଇପାରେ । ଯେଉଁମାନଙ୍କର ଅନୁରାଧା ବିଛା ଓ ଯାହାର ପ୍ରଥମ ନାମାକ୍ଷର ନା, ନି, ନୁ, ନେ ସେମାନେ ସତର୍କ ହେବେ। ଶୁଭରଙ୍ଗ: ଲାଲ, ସଂଖ୍ୟା: ୬, ଆରାଧନା: ପ୍ରଭୁ ସ୍କନ୍ଦ।

ଧନୁ: ଘାତବାର ଓ ଷଷ୍ଠ ସମ ଉଭୟ ଚନ୍ଦ୍ର ଭୋଗ ହେଉଥିବାରୁ ଘାତବାରର ପ୍ରଭାବ କମ୍ ରହିବ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ କରିବେ । ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମକର: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା ଏବଂ ଇତର ଜନଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ଵଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା ସମସ୍ତଙ୍କ ଦ୍ବାରା ଉପହସିତ ହେବେ। ସନ୍ତାନମାନଙ୍କ ଅବଜ୍ଞା ଓ ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ ଏବଂ ପରିବାରରେ ପରସ୍ପର ମଧ୍ୟରେ ବୁଝାମଣାର ଅଭାବ ରହିବ । ଯେଉଁମାନଙ୍କର ଧନିଷ୍ଠା ମକର ଓ ଯାହାର ପ୍ରଥମ ନାମାକ୍ଷର ଗା, ଗି, ସେମାନେ ସତର୍କ ହେବେ। ଲୋପ ପାଇବ ଏବଂ ଶୁଭରଙ୍ଗ: କଳା, ସଂଖ୍ୟା: ୧୧, ଆରାଧନା : ମା’ ଦୁର୍ଗା ।

କୁମ୍ଭ: ମୂଲ୍ୟବାନ ଧାତୁ, ବସନଭୂଷଣ, ସୌଖୀନ ଘରୋଇ ଉପକରଣ, ଯାନବାହନ କିମ୍ବା ଭୂମି କ୍ରୟ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। ନୂତନ ଗୃହ ନିର୍ମାଣ କିମ୍ବା ଭୂମିପୂଜା କରିପାରନ୍ତି କିମ୍ବା କୌଣସି ଶୁଭ କର୍ମରେ ଯୋଗ ଦେଇପାରନ୍ତି । କର୍ମରେ ଅସମ୍ଭବ ସଫଳତା, ପ୍ରମୋଶନ ଏବଂ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ବାଇଗଣୀ, ସଂଖ୍ୟା: ୩, ଆରାଧନା: ମା’ ଚଣ୍ଡୀ ।

ମୀନ: ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ସମସ୍ତ ସୁଖ, ସମ୍ପଦ, ଐଶ୍ବର୍ଯ୍ୟ, ପ୍ରତିପତ୍ତହାତପାଆନ୍ତାରେ ଉପଲବ୍ଧ ହେବ । ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ । ସୃଜନରେସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ସମସ୍ତ ଆଶା,ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ ଘାତବାର ହେତୁ କିଛି ସମସ୍ୟା ଦେଖାଦେବ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ଗୋଲାପି, ସଂଖ୍ୟା : ୫, ଆରାଧନା: ପ୍ରଭୁ ଗଜାନନ ।

Leave A Reply

Your email address will not be published.

error: Content is protected !!