ମେଷ : ଏକାଦଶ ଚନ୍ଦ୍ର, ମଙ୍ଗଳବାର ଓ ମଙ୍ଗଳଙ୍କ ନକ୍ଷତ୍ର ଯୋଗୁ ଧନ,ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ନୂତନ ଭୂମିକ୍ରୟ କିମ୍ବା ଗୃହ ନିର୍ମାଣ ଆରମ୍ଭ କରିବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ଦ୍ବିଜା ମେଷ, ସେମାନେ ଉପକୃତ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୩, ଆରାଧନା: ମା’ ଚଣ୍ଡୀ ।
ବୃଷ : ଦଶମ ଚନ୍ଦ୍ର ଯୋଗୁ କର୍ମ ପ୍ରତି ଅଧିକ ଧ୍ୟାନ ରହିବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ପ୍ରାପ୍ତି ହେବ। ମନରେ ପ୍ରସନ୍ନତା,ପରିବାରରେ ସୁଖଶାନ୍ତି ଏବଂ ସ୍ବାସ୍ଥ୍ୟ ଉତ୍ତମ ହେବ। ଆଜି ଯେକୌଣସି କର୍ମ ଆରମ୍ଭ କରିବେ କିମ୍ବା ହାତକୁ ନେବେ ସେଥିରେ ଶତ ପ୍ରତିଶତ ସଫଳତା ପାଇବେ ଏବଂ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଏବଂ ଆୟ କିଛି ମାତ୍ରାରେ ପ୍ରଭାବିତ ହେବ। ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୨, ଆରାଧନା: ମା’ କମଳା।
ମିଥୁନ : ଘାତଚନ୍ଦ୍ର ଯୋଗୁ, ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା,ପରିବାରରେ ମନୋମାଳିନ୍ୟ, ନିଜର ପ୍ରିୟବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ମତାନ୍ତର ଓ ପଡ଼ୋଶୀଙ୍କ ସହ ତିକ୍ତତା ଦେଖାଦେବ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ବହୁମାତ୍ରାରେ ପ୍ରଭାବିତ ହେବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ମୃଗଶିରା ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କା, କୀ,ସେମାନେ ସତର୍କ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୮, ଆରାଧନା: ମା’ ଷୋଡ଼ଶୀ ।
କର୍କଟ : ଘାତବାର ଓ ଅଷ୍ଟମ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ବାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣ ଏବଂ ଗ୍ୟାସ୍, ହିଟର ବ୍ୟବହାର କାଳରେ ସତର୍କ ହେବେ । ମନରେ ଅସ୍ଥିରତା, ପରିବାରରେ ବିବାଦ,ଆର୍ଥିକ କ୍ଷତି ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ,ବ୍ୟବସାୟ,ପରିବହନରେ ଆୟ ତୁଳନାରେ ବଦଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବହୁବିଧ ସମସ୍ୟା ଓ ବାଧାବିଘ୍ନ ଆସିବ। ଯେଉଁମାନଙ୍କର ପୁଷ୍ୟା କର୍କଟ ଓ ଯାହାର ପ୍ରଥମ ନାମାକ୍ଷର ହୁ, ହେ, ହୋ, ଡା, ସେମାନେ ସତର୍କ ହେବେ । ଶୁଭରଙ୍ଗ:ଲାଲ୍, ସଂଖ୍ୟା: ୨, ଆରାଧନା: ଭଗବାନ ଶିବ ।
ସିଂହ : ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ ଏବଂ ଆମୋଦପ୍ରମୋଦ, ମଉଜ ମଜଲିସରେ ଅଧ୍ଵକ ଧ୍ୟାନ ଦେବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଅପରିଚିତ ମହିଳାଙ୍କଠାରୁ ଧନ ମିଳିବ । କର୍ମରେ ସଫଳତା, ସମ୍ମାନ ଓ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ପ୍ରାପ୍ତ କରିବେ । ଯେଉଁମାନଙ୍କର ପୂର୍ବାଫାଲଗୁନୀ ସିଂହ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୨, ଆରାଧନା: ମା’ ମାତଙ୍ଗୀ ।
କନ୍ଯା : ଷଷ୍ଠ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା,ପରିବହନରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣାଇବେ । ରୋଗ, ଋଣ ଓ ଶତ୍ରୁ ଏଥୁରୁ କିଛି ମାତ୍ରାରେ ମୁକ୍ତି ପାଇବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ଏବଂ ଆର୍ଥିକ ସ୍ଥିତି ସୁଧୁରିଯିବ। କର୍ମରେ ସଫଳତା ଓ ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ଉପକୃତ ହେବେ। ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୪, ଆରାଧନା: ମା’ ଭୈରବୀ ।
ତୁଳା : ପଞ୍ଚମ ଚନ୍ଦ୍ର, ପଞ୍ଚମୀ ତିଥ୍ ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ କର୍ମରେ ଗର୍ବ ଅନୁଭବ କରିବେ । ପିତାମାତାଙ୍କ କୃପାଲାଭ କରିବେ ଏବଂ ପରିବାରରେ ହସଖୁସି ଅତୁଟ ରହିବ । ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ବିଶାଖା ତୁଳା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୮, ଆରାଧନା: ମା’ ସମଲେଶ୍ୱରୀ ।
ବିଛା : ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଓ ବଜ୍ର ଯୋଗ ଯୋଗୁ ସମସ୍ତ କର୍ମରେ ପ୍ରତିବନ୍ଧକ ଓ ଅଜଣା ବିପଦ ଆସିବ। ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ଯାନବାହନରେ ଅଯଥା ଖର୍ଚ୍ଚ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ଦେଖାଦେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା ଏବଂ ସମସ୍ତ କର୍ମ କଣ୍ଟକସଦୃଶ ମନେ ହେବ। ଯେଉଁମାନଙ୍କର ଅନୁରାଧା ବିଛା ଓ ଯାହାର ପ୍ରଥମ ନାମାକ୍ଷର ନା, ନି, ନୁ, ନେ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୬,ଆରାଧନା: ମା’ ବଗଳାମୁଖୀ ।
ଧନୁ : ତୃତୀୟ ଚନ୍ଦ୍ର, ମଙ୍ଗଳବାର ଓ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମୂଲ୍ୟବାନ ଧାତୁ ଓ ଭୂମି କ୍ରୟ କରିପାରନ୍ତି। ଉନ୍ନତିମୂଳକ କର୍ମରେ ଅଧ୍ଵ ଧାନ ରହିବ ଏବଂ ଆୟରେ ଆଦୃଶିଆ ଉନ୍ନତି ଆସିବ । ସମସ୍ତ କର୍ମ ଆପଣଙ୍କ ଆୟରରେ ରହିବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଦେହ, ମନ ସୁସ୍ଥ ରହିବ। ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୫, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।
ମକର : ଘାତଚନ୍ଦ୍ର, ମଙ୍ଗଳଙ୍କ ନକ୍ଷତ୍ର ଯୋଗୁ ଦୁର୍ଘଟଣା ପ୍ରତି ସତର୍କ ରହିବେ। ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଓ କିଛି ସମସ୍ୟା ଦେଖାଦେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟର କିଛି ଅଂଶ ଅଯଥା ଖର୍ଚ୍ଚରେ ଯିବ। କର୍ମରେ ସଫଳତା ମିଳିଲେ ମଧ୍ୟ ସହକର୍ମୀଙ୍କ ବିରୋଧ ଏବଂ କିଛି ବିଘ୍ନ ଘଟିବ। ଯେଉଁମାନଙ୍କର ଶ୍ରବଣା ମକର, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ବାଇଗଣୀ,ସଂଖ୍ୟା: ୬, ଆରାଧନା: ମା’ କାଳୀ ।
କୁମ୍ଭ : ଶ୍ରୀଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି,ସ୍ୱଜନରେ ସୁସମ୍ପର୍କ ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ। ମଉଜ, ମଜଲିସ ଓ ବୁଲାବୁଲିରେ ଅଧିକ ସମୟ ଦେବେ ଏବଂ ପରିବାର ପ୍ରତି ଏବଂ ପରିବାର ସଦସ୍ୟଙ୍କ ପ୍ରତି ମନରେ ଦୁର୍ବଳତା ଆସିବ।ବାଣିଜ୍ୟ,ବ୍ୟବସାୟରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ରହିବ ଏବଂ କର୍ମରେ ସଫଳତା ପରିଶ୍ରମଠାରୁ ଅଧିକ ମିଳିବ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: କଳା, ସଂଖ୍ୟା: ୩, ଆରାଧନା: ମା’ ଦୁର୍ଗା ।
ମୀନ : ଘାତଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ, ବଦଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ଆକସ୍ମିକ ଭାବରେ ବଢ଼ି ଚାଲିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। ମନରେ ଅସ୍ଥିରତା ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ।ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଓ କର୍ମରେ ବିଫଳତା ଓ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ ଓ ଯାହାର ପ୍ରଥମ ନାମାକ୍ଷର, ଦୁ, ଧ, ଝ ସେମାନେ ସତର୍କ ହେବେ ।ଶୁଭରଙ୍ଗ:ଗୋଲାପୀ, ସଂଖ୍ୟା: ୫, ଆରାଧନା: ପ୍ରଭୁ ଗଜାନନ।