ଆଜିର ରାଶିଫଳ

0

ମେଷ: କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ସକାଳ ୯ଟା ପର୍ଯ୍ୟନ୍ତ ରହୁଥିବାରୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ କିଛି ଶୁଭଫଳ ମିଳିବ । ଏହା ପରେ ପଞ୍ଚମ ଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ମାନ ସମ୍ମାନ ହାନି ଘଟିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ଵଳ୍ପ ହେବ ଏବଂ କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର ଅଶ୍ବିନୀ ମେଷ ଓ ଯାହାର ପ୍ରଥମ ନାମାକ୍ଷର ଚୁ, ଚେ, ଚୋ, ଲା,ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୩, ଆରାଧନା: ମା’ ଚଣ୍ଡୀ ।

ବୃଷ: କୃଷ୍ଣପକ୍ଷର ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ସୃଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ। ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଯାନବାହନ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା, ଉଚ୍ଚ ସମ୍ମାନ ଓ ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ : ନୀଳ, ସଂଖ୍ୟା : ୧୨, ଆରାଧନା : ମା’ ଗାୟତ୍ରୀ।

ମିଥୁନ: ସକାଳ ୯ଟା ପର୍ଯ୍ୟନ୍ତ ଦ୍ବିତୀୟ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଅଶୁଭ ଫଳ ମିଳିବ । ଏହା ପରେ ତୃତୀୟ ଚନ୍ଦ୍ର ଯୋଗୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି ଏବଂ ଭ୍ରାତୃଭଗ୍ନୀଙ୍କ ସହଯୋଗ ପ୍ରାପ୍ତ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟର ସତ୍ ବିନିଯୋଗ କରିବେ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ଆର୍ଦ୍ର ମିଥୁନ ସେମାନେ ଉପକୃତ ହେବେ । ଶୁଭରଙ୍ଗ : କଫି, ସଂଖ୍ୟା : ୧୨୧, ଆରାଧନା : ମା’ ଛିନ୍ନମସ୍ତା ।

କର୍କଟ: ସକାଳ ୯ଟା ପର୍ଯ୍ୟନ୍ତ ଶ୍ରୀଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଓ ବ୍ୟବସାୟରେ କିଛି ଶୁଭଫଳ ମିଳିବ । ଏହାର ପରେ ଘାତ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବଦଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବାଧାବିଘ୍ନ ଏବଂ କର୍ମ ପ୍ରତି ଆଳସ୍ୟତା ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ପୁଷ୍ୟା କର୍କଟ ଓ ଯାହାର ପ୍ରଥମ ନାମାକ୍ଷର ହୁ, ହେ, ହୋ, ଡା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଲାଲ୍, ସଂଖ୍ୟା : ୨, ଆରାଧନା : ମା’ ସମଲେଶ୍ୱରୀ ।

ସିଂହ: ଦ୍ବାଦଶ ଚନ୍ଦ୍ର ଓ ଶ୍ରୀଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଦେହ ମନ ସୁସ୍ଥ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। କର୍ମରେ ସଫଳତା ପରିଶ୍ରମ ତୁଳନାରେ ଅଧୁକ ମିଳିବ ଏବଂ ସମସ୍ତଙ୍କର ସ୍ନେହ ଶ୍ରଦ୍ଧାର ପାତ୍ର ହେବେ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା : ୩,ଆରାଧନା : ମା’ ମାତଙ୍ଗୀ ।

କନ୍ଯା: ଏକାଦଶ ଚନ୍ଦ୍ର ଓ ଦ୍ଵାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ ଏବଂ ସଞ୍ଚୟ ଅପେକ୍ଷା ଖର୍ଚ୍ଚ ବହୁତ କମ୍ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟର କିଛି ଅଂଶ ସଞ୍ଚୟ କରିବାରେ ବିନିଯୋଗ କରିବେ କର୍ମରେ ସଫଳତା, ଦରମାରେ କିଛି ବୃଦ୍ଧି ଏବଂ ସମସ୍ତ କର୍ମରେ ସମୟାନୁବର୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ କନ୍ୟା ସେମାନେ ଉପକୃତ ହେବେ । ଶୁଭରଙ୍ଗ : ମେରୁନ୍, ସଂଖ୍ୟା : ୮, ଆରାଧନା : ମା’ ତ୍ରିପୁରସୁନ୍ଦରୀ ।

ତୁଳା: ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଯୋଗୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଆଖିଦୃଶିଆ ଉନ୍ନତି ହେବ ଏବଂ ଅନ୍ୟକୁ ଦେଇଥିବା ଧନ ଓ ବକେୟା ପଡ଼ିଥିବା ଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା, ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା : ୧୨, ଆରାଧନା : ମା’ କମଳା।

ବିଛା: ସକାଳ ୯ଟା ପର୍ଯ୍ୟନ୍ତ ନବମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ଏହା ପରେ ଦଶମ ଚନ୍ଦ୍ର ଓ ମଙ୍ଗଳବାର ଯୋଗୁ ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ କର୍ମନିଯୁକ୍ତି ମିଳିପାରେ। ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ଧ୍ୟାନ ଓ ସମୟ ଓ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ମିଳିବ । ଦେହ ମନ ସୁସ୍ଥ ଦେବେ ଓ ରହିବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା ୧୧,ଆରାଧନା : ପ୍ରଭୁ ହନୁମାନ।

ଧନୁ: ଅଷ୍ଟମ ଓ ନବମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ମାନ, ସମ୍ମାନ ହାନି, ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ଵଳ୍ପ ହେବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ମୂଳା ଧନୁ ଓ ଯାହାର ପ୍ରଥମ ନାମାକ୍ଷର ଯେ, ଯେ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଗୋଲାପୀ,ସଂଖ୍ୟା : ୫, ଆରାଧନା : ପ୍ରଭୁ ଗଜାନନ।

ମକର: ଘାତବାର ଓ ସକାଳ ୯ଟା ପୂର୍ବରୁ ଘାତଚନ୍ଦ୍ର ଯୋଗୁ ବାଦବିବାଦ,ସ୍ବାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍, ହିଟର ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ। ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଦେଖାଦେବ ଏବଂ କର୍ମରେ ବହୁବିଧ ସମସ୍ୟା ଦେଖାଦେବେ । ଯେଉଁମାନଙ୍କର ଶବଣା ମକର ଓ ଯାହାର ପ୍ରଥମ ନାମାକ୍ଷର ଖି, ଖୁ, ଖେ, ଖୋ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଧୂସର, ସଂଖ୍ୟା : ୬,ଆରାଧନା : ମା’ ବିମଳା ।

କୁମ୍ଭ: ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ମାନସିକ,ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ। ଅପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା: ୧୧, ଆରାଧନା : ମା’ ଭୈରବୀ ।

ମୀନ: ସକାଳ ୯ଟା ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନ ବିଷାଦଗ୍ରସ୍ତ ରହିବ । ଏହା ପରେ ଷଷ୍ଠ ଚନ୍ଦ୍ର ହେତୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବ । କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ ଏବଂ ଦେହ, ମନ ସୁସ୍ଥ ରହିବ। ଯେଉଁମାନଙ୍କର ରେବତୀ ମୀନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ମା’ ଧୂମାବତୀ।

Leave A Reply

Your email address will not be published.

error: Content is protected !!