ଆଜିର ରାଶିଫଳ

0

ମେଷ : ଶୁକ୍ଳପକ୍ଷର ଦ୍ଵିତୀୟ ଚନ୍ଦ୍ର ଯୋଗୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। ଆୟ ଯେତେ ଅଧିକ ହେଲେ ମଧ୍ୟ ମନରେ ଆତ୍ମତୃପ୍ତି ମିଳିବ ନାହିଁ । ଧନ ଓ ସଞ୍ଚୟ ମନରେ ଅଧିକ ଦୁର୍ବଳତା ପ୍ରକାଶ ପାଇବ। ଅନ୍ୟକୁ ଦେଇଥିବା ଧନ ଓ ବାକି ପଡ଼ିଥୁବା ଧନ ଫେରିପାଇବେ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯେଉଁମାନଙ୍କର ଦ୍ବିଜା ମେଷ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ଲାଲ, ସଂଖ୍ୟା: ୩, ଆରାଧନା: ମା’ ବଗଳାମୁଖୀ।

ବୃଷ : ଶ୍ରୀଚନ୍ଦ୍ର ଯୋଗୁ ଧନ, ମାନ, ସମ୍ମାନ, ଖ୍ୟାତି,ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ। ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ କୌଣସି ମାଙ୍ଗଳିକ କର୍ମରେ ଯୋଗଦେବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ରହିବ। କର୍ମରେ ପରିଶ୍ରମ ତୁଳନାରେ ଅଧିକ ସଫଳତା ଓ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। ଯେଉଁମାନଙ୍କର ରେବତୀ ଓ ମୃଗଶିରା ବୃଷ ସେମାନ ଉପକୃତ ହେବେ। ଶୁଭରଙ୍ଗ : ଧଳା, ସଂଖ୍ୟା: ୨, ଆରାଧନା : ପଭୁ ଶ୍ରୀରାମ।

ମିଥୁନ : ଘାତବାର ଓ ଶୁକ୍ଳପକ୍ଷର ଦ୍ବାଦଶ ଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ଏବଂ ଆର୍ଥିକ ସ୍ଥିତି ସଙ୍କଟରେ ପହଞ୍ଚିବ। କର୍ମରେ ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ ଏବଂ ସମସ୍ତ ଏବଂ ସମସ୍ତ କର୍ମରେ ସମୟାନୁବର୍ତିତାର ଅଭାବ ରହିବ। ଯେଉଁମାନଙ୍କର ଆର୍ଦ୍ର ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କୁ, ଘ, ଙ, ଛ ସେମାନେ ସତର୍କ ହେବେ । ଶୁଭରଙ୍ଗ: ମେରୁନ୍, ସଂଖ୍ୟା : ୪, ଆରାଧନା : ମା’ ଛିନ୍ନମସ୍ତା।

କର୍କଟ : ଏକାଦଶ ଚନ୍ଦ୍ର, ସୋମବାର ଓ ନବମୀ ତିଥି ଯୋଗୁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ। ସୁଖ, ସମ୍ପଦ,ଐଶ୍ବର୍ଯ୍ୟ ହାତ ପହାନ୍ତିରେ ଉପଲବ୍ଧ ହେବ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ସଫଳତା ଶୀର୍ଷରେ ରହିବ। ଯେଉଁମାନଙ୍କର ପୂନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ଧଳା, ସଂଖ୍ୟା : ୧, ଆରାଧନା : ମା’ ସମଲେଶ୍ବରୀ ।

ସିଂହ : ଦଶମ ଚନ୍ଦ୍ର ଯୋଗୁ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ବାସ ରହିବ ଏବଂ କର୍ମରେ ଅଧୂକ ଧ୍ୟାନ ଦେବେ। ଆଜି ଯେକୌଣସି କର୍ମ ଆରମ୍ଭ କରିବେ ସେଥୁରେ ସଫଳତା ଆଶାଠାରୁ ଅଧୂକ ମିଳିବ। ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଦେହ, ମନ ସୁସ୍ଥ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନ ପସନ୍ନ ରହିବ। ଯେଉଁମାନଙ୍କର ଫାଲ୍‌ଗୁନୀ ସିଂହ ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଲାଲ, ସଂଖ୍ୟା: ୩, ଆରାଧନା : ପ୍ରଭୁ ଗଜାନନ।

କନ୍ୟା : ନବମ ଚନ୍ଦ୍ର, ନବମୀ ତିଥ୍ ଯୋଗୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ, ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ। ଗୁରୁଜନଙ୍କ ପ୍ରତି ଦୟା ଓ ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମରେ ସଫଳତା ଏବଂ ପଦସୁ ଅଧିକାରୀଙ୍କ କୃପାଲାଭ କରିବେ। ଯେଉଁମାନଙ୍କର ହସ୍ତା ଓ ଚିତ୍ରା କନ୍ୟା ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଚକୋଲେଟ୍‌, ସଂଖ୍ୟା : ୧୨, ଆରାଧନା: ପ୍ରଭୁ ନାରାୟଣ।

ତୁଳା : ଅଷ୍ଟମ ଚନ୍ଦ୍ର ତୁଳା ରାଶି ପାଇଁ ବିଶେଷ ବାଧକ ନ ହେଲେ ମଧ୍ଯ ଏବଂ ସମସ୍ତ କର୍ମରେ, ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ ଏବଂ ଆୟ ତୁଳନାରେ ବ୍ୟୟ ମଧ୍ୟ ସେହି ଅନୁସାରେ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ ସହକର୍ମୀଙ୍କ ସହ ବିବାଦ ହୋଇପାରେ। ଯେଉଁମାନଙ୍କର ସ୍ବାତୀ ତୁଳା ଏବଂ ଯେଉଁମାନଙ୍କର ପ୍ରଥମ ନାମାକ୍ଷର ରୁ, ରେ, ରୋ ସେମାନେ ସତର୍କ ହେବେ। ଶୁଭରଙ୍ଗ: ଧଳା, ସଂଖ୍ୟା: ୨, ଆରାଧନା: ମା’ କମଳା।

ବିଛା : ଘାତଚନ୍ଦ୍ର ଯୋଗୁ ଅପରିଚିତ ମହିଳାଙ୍କଠାରୁ ଅପମାନ କିମ୍ବା ତାଙ୍କ ସହ ବିବାଦ ହୋଇପାରେ। ମାନ, ସମ୍ମାନ ହାନି, ମାନସିକ ଦୁଶୂନ୍ଧା ଏବଂ ପରିବାରରେ ଅଶାନ୍ତିର ଝଡ଼ ଦେଖାଦେବ । ଦାମ୍ପତ୍ୟ ଜୀବନରେ ଅଶାନ୍ତି କିମ୍ବା ଧର୍ମପତ୍ନୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ବଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ। କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ। ଯେଉଁମାନଙ୍କର ଅନୁରାଧା ବିଛା ଓ ଯାହାର ପ୍ରଥମ ନାମାକ୍ଷର ନା, ନି, ନୁ, ନେ ସେମାନେ ସତର୍କ ହେବେ । ଶୁଭରଙ୍ଗ : ଗୋଲାପ, ସଂଖ୍ୟା : ୬, ଆରାଧନା : ପ୍ରଭୁ ହନୁମାନ।

ଧନୁ : ଷଷ୍ଠ ଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା ଏବଂ ସମସ୍ତଙ୍କୁ ବଶୀଭୂତ କରିବାର ଶକ୍ତି ଜାଗ୍ରତ ହେବ। ବାଣିଜ୍ୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍‌ଯୋଗ କରିବେ । ରୋଗ, ଋଣ ଓ ଶତ୍ରୁ ଏ ତିନୋଟିରୁ ମୁକ୍ତି ମିଳିବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ପର୍ବାଷାଢ଼ା ଧନୁ ସେମାନେ ଉପକୃତ ହେବେ। ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ।

ମକର : ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ଯଶ, ସମ୍ମାନ,ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ କର୍ମକୁ ନେଇ ଗର୍ବ ଅନୁଭବ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସ୍ବାସ୍ଥ୍ୟ ଅତି ଉତ୍ତମ ରହିବ । କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ଉପକୃତ ହେବେ। ଶୁଭରଙ୍ଗ : କଳା, ସଂଖ୍ୟା: ୩, ଆରାଧନା : ମା’ କମଳା।

କୁମ୍ଭ : ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି । ପରିବହନ ବ୍ୟବସାୟରେ ଅଧିକ କ୍ଷତି ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ବଳ୍ପ ହେବ। କର୍ମରେ ବିଫଳତା, ସହକର୍ମୀଙ୍କ ସହ ବିବାଦ ଏବଂ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ। ଯେଉଁମାନଙ୍କର ଶତଭିଷା କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷର ସୋ, ସା, ସି, ସୁ ସେମାନେ ସତର୍କ ହେବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୬,ଆରାଧନା: ମା’ ଦୁର୍ଗା।

ମୀନ : ଶୁକ୍ଳପକ୍ଷର ତୃତୀୟ ଚନ୍ଦ୍ର, ସୋମବାର ଓ ରବିଙ୍କ ନକ୍ଷତ୍ର ଭୋଗ ହେଉଥୁଠିବାରୁ ମନରେ ଉତ୍ସାହ, ଉଦ୍ଦୀପନା,ପରିବାରରେ ସୁଖଶାନ୍ତି ଏବଂ ଭାଇ, ଭଉଣୀଙ୍କ ପ୍ରତି ସ୍ନେହଶ୍ରଦ୍ଧା ଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ପର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଲାଲ, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀଗଜନ୍ନାଥ।

Leave A Reply

Your email address will not be published.

error: Content is protected !!