ଆସନ୍ତା ୧୦ ରେ ଅନୁଗୁଳରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ମାଗଣାରେ ଅଭିଯୋଗର ସମାଧାନ କରିପାରିବେ ଲୋକେ

You are currently viewing ଆସନ୍ତା ୧୦ ରେ ଅନୁଗୁଳରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ମାଗଣାରେ ଅଭିଯୋଗର ସମାଧାନ କରିପାରିବେ ଲୋକେ

ଅନୁଗୁଳ: ଆସନ୍ତା ୧୦ ତାରିଖ ଦିନ ଅନୁଗୁଳର ବିଭିନ୍ନ କୋର୍ଟରେ ଆୟୋଜିତ ହେଉଛି ରାଷ୍ଟ୍ରୀୟ ଲୋକ ଅଦାଲତ। ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳସ୍ଥିତ ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା: ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲା ବିଦ୍ୟୁତ୍ ଓ ଜଳ ପୈଠ ବିଲ ସମ୍ବନ୍ଧୀୟ ମାମଲା (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ)/ ପାରିବାରିକ ବିବାଦ, ଜମି ଅଧିଗ୍ରହଣ ମାମଲା, ଚାକିରି ସମ୍ବନ୍ଧୀୟ (ପେନସନ ମାମଲା ଅନ୍ତର୍ଭୁକ୍ତ), ରାଜସ୍ଵ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା(ଜିଲ୍ଲା କୋର୍ଟରେ ଓ ଜିଲ୍ଲା/ତାଲୁକ୍ କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ବିଚାରାଧୀନ) ବୌଦ୍ଧିକ ସମ୍ପତ୍ତି ଅଧିକାର ମାମଲା/ଖାଉଟି
ବିବାଦ/ଅନ୍ୟାନ୍ୟ ବିବାଦ କୌଣସି ଅର୍ଥ -ନ୍ୟାୟିକ ପ୍ରାଧିକରଣ ନିକଟରେ ବିଚାରାଧୀନ, ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଆପୋଷ ସହମତିରେ ସମାଧାନ କରାଯାଇପାରିବ।
ଏହା ସହିତ ପ୍ରାକ-ମକଦ୍ଦମାସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ମାମଲା ତଥା ଚେକ ବାଉନସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡ଼ିକ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ)/ ପାରିବାରିକ ବିବାଦ ଓ ଅନ୍ୟାନ୍ୟ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ।
ଲୋକ ଅଦାଲତରେ ମକଦ୍ଦମା/ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି। ଅଧିକ ସୂଚନା ପାଇଁ ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ବା ତାଲୁକ ଆଇନସେବା କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Share

Leave a Reply