ଅନୁଗୁଳ: ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗ ଆନୁକୂଲ୍ୟରେ “ଜାତୀୟ ଶିକ୍ଷା ନୀତି: ସମ୍ଭାବନା ଏବଂ ଆହ୍ୱାନ” ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟ ଅଧକ୍ଷ ତଥା ଆଲୋଚନାଚକ୍ର ଉପଦେଷ୍ଟା ପ୍ରଫେସର(ଡକ୍ଟର)ବସନ୍ତ କୁମାର ସାହୁ ଉଦଘାଟନ ଓ ସଭାପତିତ୍ଵ କରିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟ ଅଧକ୍ଷ ପ୍ରଫେସର(ଡକ୍ଟର)ବସନ୍ତ କୁମାର ସାହୁ ନିମନ୍ତ୍ରିତ ମୁଖ୍ୟ ବକ୍ତା ନବକୃଷ୍ଣ ଚୌଧୁରୀ, ଶିକ୍ଷକ ଓ ଶିକ୍ଷା ମହାବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ବିମଳ ଚରଣ ସ୍ଵାଇଁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ସ୍ନାତକୋତ୍ତର ଶିକ୍ଷା ବିଭାଗ ମୁଖ୍ୟ ରାଜଶ୍ରୀ ଦାସ ସ୍ଵାଗତ ସମ୍ଭାଷଣ ରଖିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଅଧ୍ୟାପିକା ମୋନାଲିସା ପଣ୍ଡା ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ନବକୃଷ୍ଣ ଚୌଧୁରୀ ଶିକ୍ଷକ ଓ ଶିକ୍ଷା ମହାବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ବିମଳ ଚରଣ ସ୍ଵାଇଁ ନିମନ୍ତ୍ରିତ ମୁଖ୍ୟ ବକ୍ତା ଭାବେ “ଜାତୀୟ ଶିକ୍ଷା ନୀତି: ସମ୍ଭାବନା ଏବଂ ଆହ୍ୱାନ” ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ଭାଗରେ ଆଲୋଚନାଚକ୍ର ସମ୍ବଳିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସ୍ନାତକୋତ୍ତର ଶିକ୍ଷା ବିଭାଗ ଅଧ୍ୟାପିକା ଡକ୍ଟର ସଞ୍ଜୁକ୍ତା ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।



