ଅନୁଗୁଳ: ସରୋଜ କୁମାର ସାହୁ ଅନୁଗୁଳ ଜିଲ୍ଲା ଖାଉଟି ବିଚାର ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଦୀର୍ଘଦିନ ହେବ ଏହି ପଦବୀଟି ଖାଲି ପଡିଥିବାରୁ ସ୍ଥାନୀୟ ଉପଭୋକ୍ତା ମାନଙ୍କ ସମସ୍ୟା ତଥା ଆପତ୍ତି ଅଭିଯୋଗ ଗୁଡ଼ିକର ବିଚାର ହୋଇପାରୁନଥିଲା। ଶ୍ରୀ ସାହୁ ୨୦୧୮ ମସିହାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପଦବୀରୁ ଅବସର ନେବା ପରେ କୋରାପୁଟ, ନବରଙ୍ଗପୁର,ମାଲକାନଗିରି ସ୍ଥାୟୀ ଲୋକ ଅଦାଲତ ପବ୍ଲିକ ୟୁଟିଲିଟି ଫୋରମ୍ ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସୁଥିଲେ।
ସରୋଜ ସାହୁ ଖାଉଟି ବିଚାର ଆୟୋଗର ଅଧ୍ୟକ୍ଷ
- Post published:March 22, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
