ଅନୁଗୁଳ: ୨୧ ତମ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଭଦ୍ରକ ଜିଲ୍ଲାର ଚରମ୍ପାସ୍ଥିତ ଅଗ୍ରସେନ ଭବନରେ ଅନୁଷ୍ଠିତ ହୋଇଛି। ଡିସେମ୍ବର ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ପ୍ରତିଯୋଗିତାରେ ୨୮ ଜଣ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିଲେ। ପୁନ୍ସି ବିଭାଗରେ ୭ ପଦକ ଓ ଖିରୋଗୀ ବିଭାଗରେ ୨୫ ଟି ପଦକ ହାସଲ କରି ଅନୁଗୁଳ ଜିଲ୍ଲା ଗୌରବ ଅର୍ଜନ କରିଛି।
ଜାତୀୟ ତାଇକୋଣ୍ଡୋ ଜନକ ଓ ପ୍ରତିଷ୍ଠାତା ଡ. ଜିମିଅର୍ ଜଗଦିୟାନି ଓ ରାଜ୍ୟ ତାଇକୋଣ୍ଡୋ ସମ୍ପାଦକ ଓ ପ୍ରତିଷ୍ଠାତା ରବିନାରାୟଣ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଗୁଳ ତାଇକୋଣ୍ଡୋ ସଂଘ ଅନୁଗୁଳ ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କ ମାର୍ଗ ଦର୍ଶକରେ ପିଲାମାନେ ପ୍ରତିଯୋଗିତାରେ ଭାଗ ନେଇଥିଲେ।
ଖେଳାଳିଙ୍କୁ ମା’ ବାସନ୍ତୀ ଖେଳ ପଡ଼ିଆ ଠାରେ ଜିଲ୍ଲା ସଭାପତି ନୀଳମଣି ରାଉତ, ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ଉପଦେଷ୍ଟା ଓ ଆଇନଜୀବୀ ପ୍ରଦୀପ କୁମାର ଦେବତା ପୁଷ୍ପ ଗୁଚ୍ଛ ଦେଇ ଖେଳାଳିଙ୍କୁ ସ୍ଵାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜସ୍ଲିନ ସାହୁ, ଜାତୀୟ ଖେଳାଳି ଶ୍ରଦ୍ଧାଞ୍ଜଳି ସ୍ବାଇଁ, ସାଗର କୁମାର ଦେହୁରୀ, ଶ୍ରୀୟାଶ୍ରୀ ପ୍ରଧାନ, ସ୍ୱାତି ସ୍ଵାଗତିକା ଦାସ ସହଯୋଗ କରିଥିଲେ।