ଏଣିକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ଔଷଧରେ ହେବ ଷ୍ଟିକରିଂ, ଆଉ ମାର୍କର ବ୍ୟବହାର କରିବେନି କର୍ତ୍ତୃପକ୍ଷ

You are currently viewing ଏଣିକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ଔଷଧରେ ହେବ ଷ୍ଟିକରିଂ, ଆଉ ମାର୍କର ବ୍ୟବହାର କରିବେନି କର୍ତ୍ତୃପକ୍ଷ

ଅନୁଗୁଳ: ଏଣିକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ଔଷଧରେ ହେବ ଷ୍ଟିକରିଂ। ଶୁକ୍ରବାର ମୁଖ୍ୟାଳୟରେ ଔଷଧରେ ଷ୍ଟିକରିଂ ଉନ୍ମୋଚିତ ହୋଇଛି।

କିଛି ଦିନ ତଳେ ସମାଜସେବୀ ଚିନ୍ମୟୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦିଆ ଯାଉଥିବା ଔଷଧ ଷ୍ଟିକରିଂ ବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ରୋଗୀଙ୍କୁ ଔଷଧ ଉପରେ ମାର୍କରରେ ଖାଇବା ସମୟ ଲେଖି ଦିଆଯାଉଥିଲା। ଯାହା ହାତ ବାଜିଲେ ଲିଭି ଯାଉଥିଲା। ଫଳରେ ରୋଗୀମାନେ ମେଡିସିନ ଖାଇବାରେ ଅସୁବିଧା ଭୋଗୁଥିଲେ। ଏଣୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ହସ୍ପିଟାଲରେ ଦିଆଯାଉଥିବା ଔଷଧରେ ଷ୍ଟିକରିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି।

Share

Leave a Reply