ଅନୁଗୁଳ: ଆଜି ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ପ୍ରଥମ ଜାତୀୟ ଟାଇ ବକ୍ସ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଜାତୀୟ ସଭାପତି ବିଭୂତି ଭୂଷଣ ବେହେରା ,ଉପସଭାପତି ଗଙ୍ଗାଧର ସାହୁ, ରାଜ୍ୟ ଉପ ସଭାପତି ଅନିଲ ରାଉଳ ଓ ରାଜ୍ୟ କୌଶଳ ପ୍ରଶିକ୍ଷକ ସୁଶାନ୍ତ କୁମାର ନାୟକ,ପରିଚାଳନା କମିଟି ପକ୍ଷରୁ ନିର୍ମଳ
ଅଗ୍ରୱାଲ,ପର୍ଶୁରାମ ଦାଶଙ୍କ ସହ ଜାତୀୟ ଖେଳାଳି (କନ୍ୟାରତ୍ନ ପ୍ରାପ୍ତ) ଜସ୍ମିନ ସାହୁ ,ଶ୍ରଦ୍ଧା ସ୍ୱାଇଁ, ଶ୍ରଦ୍ଧା ସିଂହ, ତପସ୍ୱିନୀ ପ୍ରଧାନ, ଚିତ୍ତ ରଂଜନ ମହନ୍ତ, ପ୍ରିତମ ସାହୁ ଓ ଲଳିତ ମୋହନ ମହାପାତ୍ର ଉପସ୍ଥିତ ଥିଲେ। ଉକ୍ତ ବୈଠକଟି ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ନାଥଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ଅନୁସାରେ ଚାଲିତ ମାସ ତା ୨୮-୦୪-୨ ୦୨୩ ରିଖ ଠାରୁ ତା ୩୦-୦୪-୨ ୦୨୩ ରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୁଳରେ ଅନୁଷ୍ଠିତ ହେବ ବୋଲି ଜାତୀୟ ସଭାପତି ବିଭୂତି ଭୂଷଣ ବେହେରା କହିଛନ୍ତି। ଏହି ପ୍ରତିଯୋଗିତା ରେ ୨୨ଟି ରାଜ୍ୟର ୫ ଶହରୁ ଉର୍ଧ୍ବ ଖେଳାଳି ଓ ୭୦ ଜଣ ଅଫିସିଆଲ ଯୋଗ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ।
ଅନୁଗୋଳ ଜିଲ୍ଲାର ଜାତୀୟ ଟାଇ ବକ୍ସ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ
