ଛେଣ୍ଡିପଦାର ପୁଅ ଉତ୍କଳ ରଞ୍ଜନ ସାହୁ ହେଲେ ରାଜସ୍ଥାନ ଡିଜିପି

You are currently viewing ଛେଣ୍ଡିପଦାର ପୁଅ ଉତ୍କଳ ରଞ୍ଜନ ସାହୁ ହେଲେ ରାଜସ୍ଥାନ ଡିଜିପି

ଛେଣ୍ଡିପଦା: ରାଜସ୍ଥାନର ଡିଜିପି ଭାବେ ନିଯୁକ୍ତ ହୋଇଛନ୍ତି ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମର ଉତ୍କଳ ରଞ୍ଜନ ସାହୁ। ଉତ୍କଳ ୧୯୬୪ ମସିହା ଜୁନ ୨୦ରେ କୋଶଳା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ କୋଶଳା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ। ପରେ ରେଭେନ୍ସା ମହାବିଦ୍ୟାଳୟରେ ଭୂତତ୍ତ୍ୱ ବିଜ୍ଞାନରେ ଅନର୍ସରେ ଟପ୍ପର ହୋଇଥିଲେ।

ପରେ ସେ ଧାନବାଦରେ ଭୂତତ୍ତ୍ୱ ବିଜ୍ଞାନରେ ଏମଟେକରେ ମଧ୍ୟ ଟପ୍ପର ହୋଇଥିଲେ। ଉତ୍କଳ ୧୯୮୮ ବ୍ୟାଚର ରାଜସ୍ଥାନ କ୍ୟାଡରର ଆଇପିଏସ ଅଧିକାରୀ ହୋଇଥିବାରୁ/ପ୍ରଥମେ ରାଜସ୍ଥାନ ହୋମଗାର୍ଡ ଏଏସ୍‌ପି ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ସେ ୨୦୦୫ ମସିହାରେ ପୋଲିସ ମେଡାଲ ସହିତ ୨୦୧୭ ମସିହାରେ ରାଷ୍ଟ୍ରପତିଙ୍କ ଠାରୁ ପୋଲିସ ମେଡାଲ ପାଇଛନ୍ତି। ତେବେ କୋଶଳାର ପୁଅ ଉତ୍କଳ ରଞ୍ଜନ ରାଜସ୍ଥାନ ରାଜ୍ୟର ଡିଜିପି ପଦରେ ଅବସ୍ଥାପିତ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Share

Leave a Reply