ଅନୁଗୁଳ: ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଦ ବ୍ୟବସାୟୀଙ୍କ ଉପରୁ ଗତ ଜୁନଠାରୁ ଡିସେମ୍ବର ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଫି’ ଛାଡ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ସୋମବାର ଏଥିନେଇ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ସାରା ରାଜ୍ୟରେ ବହୁ ନିମ୍ନ ଆୟକର ବ୍ୟବସାୟୀମାନେ ବ୍ୟବସାୟ ପ୍ରତିଷ୍ଠାନ କରିଥିଲେ ବି ସମ୍ପୃକ୍ତ ବ୍ୟକ୍ତିବିଶେଷ ମାନଙ୍କ ଲାଇସେନ୍ସ ଫି ରାଜ୍ୟ ସରକାର ଛାଡ କରି ନାହାନ୍ତି। ଅପରକ୍ଷରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଏବଂ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଉପରେ ମାତ୍ରା ଧିକ କର ଲଗାଇବା ଦ୍ଵାରା ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଏମିତି ଜନବିରୋଧୀ ନୀତି ବନ୍ଦ ନ ହେଲେ ଜିଲ୍ଲାବ୍ୟାପୀ ଗଣ ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛନ୍ତି ।
ଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର
- Post published:May 25, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
