ବାଇକ୍‌ ଡିକି ଭାଙ୍ଗି ଲୁଟ୍‌ ଉଦ୍ୟମ

ଟଙ୍କା ବିଡା ଛାଡ଼ି ଦୁର୍ବୃତ୍ତ ପାର୍

0

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଲୁଟେରା। ବଢ଼ିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ। ସହରରେ ମାଳ ମାଳ ସିସିଟିଭି ଲାଗିଛି। ପୁଲିସ୍‌ର ପାଟ୍ରୋଲି˚ ଭ୍ୟାନ୍‌ ସହରରେ ପଇଁତରା ମାରୁଛି। ହେଲେ ଦୁବୃର୍ତ୍ତ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ୍‌ପାଟ କରୁଛନ୍ତି। ସୋମବାର ମାରୱାଡି ଧର୍ମଶାଳା ସାମ୍ନାରୁ ଲୁଟ୍‌ ଉଦ୍ୟମ ହୋଇଛି। ଦୁବୃର୍ତ୍ତ ଏକ ବାଇକ୍‌ରେ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରି ଚମ୍ପଟ ମାରିବା ଘଟଣା ଅନୁଗୁଳ ବଜାରରେ ଚର୍ଚ୍ଚାର ବିଷୟ ହୋଇଛି।
ଲୁଟ୍‌ରୁ ଅଳ୍ପକେ ବର୍ତ୍ତିଥିବା ବ୍ୟକ୍ତି ଜଣକ ହେଲେ ବଅଁରପାଳ ବ୍ଲକ୍‌ ସଞ୍ଜପଡ଼ା ଗ୍ରାମର ବ୍ରହ୍ମାନନ୍ଦ ପଟ୍ଟନାୟକ। ତାଙ୍କ ଘର ନିର୍ମାଣ ଚାଲିଛି। ଶ୍ରମିକମାନଙ୍କୁ ମଜୁରି ବୋ ପାଇଁ ସେ ସୋମବାର ପୂର୍ବାହ୍ଣରେ ଅନୁଗୁଳ ଏସ୍‌ବିଆଇ ମୁଖ୍ୟ ଶାଖାରୁ ଏକ ଲକ୍ଷ ଟଙ୍କା ଉଠାଇବା ପରେ ବାଇକ୍‌ ଡିକିରେ ରଖିଥିଲେ। ପରେ ସେ ମାରୱାଡି ଧର୍ମଶାଳା ସମ୍ମୁଖ ଏକ ପୂଜା ସାମ୍ରଗୀ ଦୋକାନକୁ ଆସିଥିଲେ। ଦୋକାନ ସାମ୍ନାରେ ବାଇକ୍‌ ଷ୍ଟାଣ୍ତ କରି ଦୋକାନ ଭିତରକୁ ଯାଇଥିଲେ। କିଛି ସମୟ ପରେ ଜଣେ ଯୁବକ ବାଇକ୍‌ର ଡିକିକୁ ଭାଙ୍ଗିଥିଲେ। ଡିକିରୁ ଟଙ୍କା ଜରିକୁ ଧରିଥିବା ବେଳେ ବ୍ରହ୍ମାନନ୍ଦ ଦେଖି ଚୋର ଚୋର କରି ପାଟି କରିବାରୁ ଦୁବୃର୍ତ୍ତ ଟଙ୍କା ବ୍ୟାଗ୍‌ ଛାଡ଼ି ଦୌଡ଼ିବାକୁ ଲାଗିଥିଲା। ଦୁବୃର୍ତ୍ତ ଡେଲି ମାର୍କେଟ୍‌ ଆଡ଼କୁ ଦୌଡ଼ୁଥିବା ବେଳେ ରାସ୍ତାରେ ବହୁ ଲୋକ ତାକୁ ଧରିବାକୁ ଉଦ୍ୟମ କରିଥିଲେ। ପଛରୁ ଦ୍ରୁତ ଗତିରେ ଏକ ବାଇକ୍‌ ପହଞ୍ଚିବା ପରେ ୧୮ରୁ ୨୦ ବର୍ଷ ବୟସର ସମ୍ପୃକ୍ତ ଯୁବକ ବାଇକ୍‌ରେ ବସି ଚମ୍ପଟ ମାରିଥିଲା। ତେବେ ଏ ନେଇ ଥାନାରେ କୌଣସି ଏତଲା ହୋଇନାହିଁ।

Leave A Reply

Your email address will not be published.