ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତୁଳିଆ ପଞ୍ଚାୟତ ମୁଣ୍ଡାସାହିିରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି l କେଶବ ଦେହୁରୀଙ୍କର ୩ ବଖରା ଭସ୍ମୀଭୂତ ହୋଇଯାଇଛି l ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି l ଆସନ୍ତା ମାସରେ ଝିଅ ବାହାଘର ପାଇଁ ପରିବାର ଲୋକେ ପ୍ରସ୍ତୁତ ହୋଇ ଆସବାବପତ୍ର, ଟଙ୍କାପଇସା ଆଦି ସାଇତି ରଖିଥିବା ବେଳେ ସବୁ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି l ପରିବାର ଲୋକ ଧାନ କାଟିବାକୁ ବିଲକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା l ଗ୍ରାମବାସୀ ପମ୍ପ୍ ଲଗାଇ ନିଆଁ ଲିଭାଇଥିଲେ l
ଅଗ୍ନିକାଣ୍ଡ ଘଟି ୩ ବଖରା ଛାରଖାର
- Post published:November 27, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
