ଅନୁଗୋଳ କୋର୍ଟରେ ଗଣେଶ ପୂଜା ପାଳିତ

ଅନୁଗୋଳ: ପବିତ୍ର ଗଣେଶ ପୂଜା ଅବସରରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ ଜିଲ୍ଲା କୋର୍ଟ ପରିସରସ୍ଥ ସଂଘ କାର୍ଯ୍ୟାଳୟରେ ଗଣେଶ ପୂଜା ମହାଆଡମ୍ବରରେ ପାଳିତ ହୋଇଛି। ଏହି ଅବସରରେ ସଂଘ ସଭାପତି ଦିଲ୍ଲୀପ କୁମାର ସାହୁ, ଉପ-ସଭାପତି ପ୍ରଦୀପ୍ତ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ନିରୋଦ କୁମାର ମିଶ୍ର, ସହ-ସମ୍ପାଦକ ପ୍ରଭୁ ପ୍ରସାଦ ପ୍ରଧାନ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ, ସାଂସ୍କୃତିକ ସମ୍ପାଦିକା ଜ୍ୟୋସ୍ନାମୟୀ ସାହୁଙ୍କ ସମେତ ବରିଷ୍ଠ ଆଇନଜୀବୀ ଭବାନୀ ପ୍ରସାଦ ମିଶ୍ର, ଭରତ ପଣ୍ଡା, ଜ୍ୟୋତି ତ୍ରିପାଠୀ, ଗଣେଶ୍ୱର ସାହୁ ଓ ଅନ୍ୟ ବହୁ ଆଇନଜୀବୀ ପୂଜାରେ ସାମିଲ ହୋଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଆଇନଜୀବୀ ଅଶୋକ ରଥ ପୂଜାର୍ଚ୍ଚନା କରିଥିଲେ। ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Continue Readingଅନୁଗୋଳ କୋର୍ଟରେ ଗଣେଶ ପୂଜା ପାଳିତ

ରାଣୀଗୋଡ଼ାରେ ମା’ ଖୁମ୍ବେଶ୍ୱରୀଙ୍କ କାଦୁଆ ପୂଜା ସମ୍ପନ୍ନ

ଅନୁଗୋଳ : ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମର ଆରାଧ୍ୟା ଗ୍ରାମଦେବୀ ମା' ଖୁମ୍ବେଶ୍ୱରୀଙ୍କ ବାର୍ଷିକ କାଦୁଆ ପୂଜା ବଡ଼ ଆନନ୍ଦୋଲ୍ଲାସର ସହ ପାଳନ ହୋଇଛି। ଏହି ଅବସରରେ ସାମନ୍ତ ସାହିସ୍ଥିତ ଦିଅଁ ଘରୁ ମା'ଙ୍କ ସୁସଜ୍ଜିତ ବିଜେ ପ୍ରତିମା 'ଆଲମ'କୁ ଏକ…

Continue Readingରାଣୀଗୋଡ଼ାରେ ମା’ ଖୁମ୍ବେଶ୍ୱରୀଙ୍କ କାଦୁଆ ପୂଜା ସମ୍ପନ୍ନ

ସେବା ସଙ୍କଳ୍ପ ଅଭିଯାନ-୨୦୨୬: ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଅନୁଗୋଳ: ଆସନ୍ତା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସ ବ୍ୟାପୀ ସେବା ସଙ୍କଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଉପଲକ୍ଷେ ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,…

Continue Readingସେବା ସଙ୍କଳ୍ପ ଅଭିଯାନ-୨୦୨୬: ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାଳିତ ହେଲା ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୯ତମ ଆବିର୍ଭାବ ଦିବସ: ବିଭୁ କୃପା ଲାଭ କଲେ ଶତାଧିକ ଭକ୍ତ

ଅନୁଗୋଳ: ସ୍ଥାନୀୟ ସତସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୯ତମ ଆବିର୍ଭାବ ଦିବସ ପାଳିତ ହୋଇଯାଇଛି। ଆଜି ପ୍ରତ୍ୟୁଷରୁ ଉଷା କୀର୍ତ୍ତନ, ପ୍ରାତଃ ବିନତୀ, ଗ୍ରନ୍ଥପାଠ, ସଙ୍ଗୀତାଞ୍ଜଳି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସତସଙ୍ଗ…

Continue Readingପାଳିତ ହେଲା ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୯ତମ ଆବିର୍ଭାବ ଦିବସ: ବିଭୁ କୃପା ଲାଭ କଲେ ଶତାଧିକ ଭକ୍ତ

ଘର ଆଗରେ ଇନିସପେକ୍ଟରଙ୍କ ନେମ୍‌ପ୍ଲେଟ୍, ଭିତରେ ଚାଲିଥିଲା ଦେହ ବ୍ୟବସାୟ!

ଅନୁଗୋଳ: ଘର ଆଗରେ ଅବସରପ୍ରାପ୍ତ ପୁଲିସ ଇନିସପେକ୍ଟରଙ୍କ ନେମ୍ ପ୍ଲେଟ୍, ଆଉ ଘର ଭିତରେ ଚାଲିଥିଲା ଦେହ ବ୍ୟବସାୟ। ଖବର ପାଇ ମାଡ଼ି ବସିଲା ସ୍ପେସାଲ ସ୍କ୍ୱାଡ ଓ ଅନୁଗୋଳ ଟାଉନ୍ ଥାନା ପୋଲିସର ମିଳିତ ଟିମ୍। ବାହାର ରାଜ୍ୟର ୨…

Continue Readingଘର ଆଗରେ ଇନିସପେକ୍ଟରଙ୍କ ନେମ୍‌ପ୍ଲେଟ୍, ଭିତରେ ଚାଲିଥିଲା ଦେହ ବ୍ୟବସାୟ!

ଶିବ ମନ୍ଦିରରେ ଚୋରି, ହୁଣ୍ଡି ଭାଙ୍ଗି ନେଇଗଲେ ୨୦ ହଜାର ଟଙ୍କା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ବାବା ଭୋଲେଶ୍ୱର ମହାଦେବ ମନ୍ଦିରରୁ ହୁଣ୍ଡି ଦାନବାକ୍ସ ଭାଙ୍ଗି ପ୍ରାୟ ୨୦ ହଜାର ଟଙ୍କା ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଗ୍ରିଲ୍ କବାଟ ଭାଙ୍ଗି ଭିତରକୁ…

Continue Readingଶିବ ମନ୍ଦିରରେ ଚୋରି, ହୁଣ୍ଡି ଭାଙ୍ଗି ନେଇଗଲେ ୨୦ ହଜାର ଟଙ୍କା

ଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ କଳାବେଡ଼ା ଗାଁରେ ଗ୍ୟାସ୍ ପାଇପ୍ ସଜାଡ଼ିବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କଳାବେଡ଼ା ଗାଁର…

Continue Readingଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଗୁରୁକୁଳ କ୍ଲାସେସରେ ଗଣେଶ ପୂଜା ପାଳିତ

ଅନୁଗୋଳ: ସ୍ଥାନୀୟ ଅମଲାପଡା ୬ଷ୍ଠ ଲେନ୍ ସ୍ଥିତ ପରଫେକ୍ଟ ପଲି କ୍ଲିନିକ ବିଲ୍ଡିଂରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ଶ୍ରୀ ଗଣେଶ ପୂଜା ଭକ୍ତିର ସହ ପାଳିତ ହୋଇଛି। ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ ପ୍ରଧାନଙ୍କ ପିତା ଅଭିମନ୍ୟୁ ପ୍ରଧାନ ପୂଜାକର୍ତ୍ତା ଭାବେ…

Continue Readingଗୁରୁକୁଳ କ୍ଲାସେସରେ ଗଣେଶ ପୂଜା ପାଳିତ

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ

ଅନୁଗୋଳ: ବଡକେରା ପଞ୍ଚାୟତ ଯୁକୁବୁ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ କୁମାର ସାହୁଙ୍କ ଗତ ୧୪ ତାରିଖରେ ପରଲୋକ ଘଟିଛି। ସେ ଏୟାର ଡିଫେନ୍ସ ରେଜିମେଣ୍ଟରେ ଜଣେ ହାବିଲଦାର ଭାବେ କାମ କରି ଅବସର ନେଇଥିଲେ। ସେ ଅନୁଗୋଳ ଡିଫେନ୍ସ…

Continue Readingଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ

ଅନୁଗୋଳରେ ମେଡପ୍ଲସ୍‌ର ନୂତନ ଶାଖା ଉଦ୍‌ଘାଟିତ: ମିଳିବ ବିଶେଷ ରିହାତି

ଅନୁଗୋଳ: ଅନୁଗୋଳ ସହରର ଅମଲାପଡ଼ା ୬ଷ୍ଠ ଲାଇନ୍‌ ଠାରେ ଲୋକପ୍ରିୟ ଫାର୍ମାସି ଶୃଙ୍ଖଳା 'ମେଡପ୍ଲସ୍‌'ର ଏକ ନୂତନ ଶାଖା ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ଔଷଧ ସେବା ଯୋଗାଇଦେବା ଏହି ଶାଖାର ମୁଖ୍ୟ ଲକ୍ଷ୍ୟ ବୋଲି ଶାଖା…

Continue Readingଅନୁଗୋଳରେ ମେଡପ୍ଲସ୍‌ର ନୂତନ ଶାଖା ଉଦ୍‌ଘାଟିତ: ମିଳିବ ବିଶେଷ ରିହାତି