ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୧୦ ଦିନ ପରେ ଫେରାର ଅଭିଯୁକ୍ତ ଗିରଫ

You are currently viewing ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୧୦ ଦିନ ପରେ ଫେରାର ଅଭିଯୁକ୍ତ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫେରାର ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେହି ଗ୍ରାମର ରାହୁଲ ପୁଢ଼।

ପୁଲିସ ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ଘରେ କେହି ନଥିବା ସମୟର ସୁଯୋଗ ନେଇ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଭୟଭୀତ କରି ଅପରାଧ ଘଟାଇଥିବା ନେଇ ବାଗଡ଼ିଆ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୁଲିସ କେସ୍‌ ନଂ ୩୪୯/୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଘଟଣା ପରଠାରୁ ଫେରାର ଥିବା ଅଭିଯୁକ୍ତକୁ ୧୦ ଦିନ ପରେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରୁ ପୁଲିସ ଗିରଫ କରିଛି।

Share

Leave a Reply