ଓଲା ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗ: ଅନୁଗୋଳ ଓକିଲ ସଂଘ ପକ୍ଷରୁ ଶୋକସଭା

You are currently viewing ଓଲା ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗ: ଅନୁଗୋଳ ଓକିଲ ସଂଘ ପକ୍ଷରୁ ଶୋକସଭା

ଅନୁଗୋଳ: ନିଖିଳ ଓଡ଼ିଶା ଆଇନଜୀବୀ ସଂଘ (ଓଲା)ର ଅଧ୍ୟକ୍ଷ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ବିୟୋଗରେ ଅନୁଗୋଳ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ଉପସଭାପତି ପ୍ରଦୀପ ଚନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ ନିରୋଦ କୁମାର ମିଶ୍ର, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ, ସାଂସ୍କୃତିକ ସମ୍ପାଦିକା ଜ୍ୟୋଷ୍ଣାମୟୀ ସାହୁଙ୍କ ସମେତ ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ସାହୁ, ପ୍ରଦୀପ ଦେବତା, ଦିଲ୍ଲୀପ ଦାସ, ବିପିନ ସାହୁ, ତପନ ଦେହୁରୀ, ଶତ୍ରୁଘ୍ନ ସାହୁ, ସଞ୍ଜୟ ଦେହୁରୀ, ଅରବିନ୍ଦ ସାହୁ, ଅଶୋକ ପଟ୍ଟନାୟକ, ହେମନ୍ତ ସାହୁ, ବୈଷ୍ଣବ ପାତ୍ର, ଆଶିଷ ସାହୁ, ପାର୍ଥସାରଥୀ ପ୍ରଧାନ, ଶିବରାମ ସାହୁ, ମମତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମସ୍ତ ଆଇନଜୀବୀ ସ୍ୱର୍ଗତ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ବିୟୋଗ ଓକିଲ ସମାଜ ପାଇଁ ଅପୂରଣୀୟ କ୍ଷତି ବୋଲି ସଭାପତି ଶ୍ରୀ ସାହୁ କହିଥିଲେ। ଶେଷରେ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।

Share

Leave a Reply