ମହୀଧରପୁର ଓ ପବିତ୍ରନଗରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭୂମିପୂଜନ

You are currently viewing ମହୀଧରପୁର ଓ ପବିତ୍ରନଗରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭୂମିପୂଜନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ର ବୁରୁକୁନା, ମହୀଧରପୁର ଓ ପବିତ୍ରନଗର ଅଞ୍ଚଳରେ ବୁଧବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭୂମିପୂଜନ ହୋଇଛି। ଅନୁଗୋଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଥିଲେ।

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ବୁରୁକୁନା ଗ୍ରାମରେ ୫ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ମା’ ମହାଲକ୍ଷ୍ମୀଙ୍କ ଭୋଗ ମଣ୍ଡପକୁ ବିଧାୟକ ଉଦ୍‌ଘାଟନ କରିଥିଲେ। ସେହିପରି ମହୀଧରପୁର ଗ୍ରାମରେ ମଧ୍ୟ ଏହି ଯୋଜନାରେ ୫ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଭୋଗ ମଣ୍ଡପ ଉଦ୍‌ଘାଟିତ ହୋଇଥିଲା। ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ସହଜ ହେବ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ପବିତ୍ରନଗର ବଜାର ପ୍ରାଙ୍ଗଣରେ ବିଧାୟକଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ ପାଇଁ ଭୂମିପୂଜନ କରାଯାଇଥିଲା। ଏହାଦ୍ୱାରା ବଜାରକୁ ଆସୁଥିବା ବ୍ୟବସାୟୀ, ଗ୍ରାହକ ଓ ସାଧାରଣ ଲୋକ ଉପକୃତ ହେବା ସହ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବାରେ ସହାୟତା ମିଳିବ।

କାର୍ଯ୍ୟକ୍ରମରେ ବୁରୁକୁନା ପଞ୍ଚାୟତର ସରପଞ୍ଚ ଦୁଃଖବନ୍ଧୁ ବେହେରା, ସହକାରୀ ନିର୍ବାହୀ ଅଧିକାରୀ ଚିନ୍ମୟ ମିଶ୍ର, କନିଷ୍ଠ ଯନ୍ତ୍ରୀ ସୁମନ ପ୍ରଧାନ, ଜିଲ୍ଲା ବିଜେପି ସମ୍ପାଦକ ପ୍ରହ୍ଲାଦ ସାମଲ, ସୁନୀଲ ପ୍ରଧାନଙ୍କ ସମେତ ବହୁ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply