ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫିକା ପଡ଼ିଲା ଅନୁଗୋଳ ଗଜଲକ୍ଷ୍ମୀ ପୂଜାର ଉତ୍ସାହ

You are currently viewing ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫିକା ପଡ଼ିଲା ଅନୁଗୋଳ ଗଜଲକ୍ଷ୍ମୀ ପୂଜାର ଉତ୍ସାହ
oplus_2097152

ଅନୁଗୋଳ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଅନୁଗୋଳ ସହରର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଉତ୍ସାହ ଫିକା ପଡ଼ିଛି। ଦିନତମାମ ଲଗାଣ ବର୍ଷା ଯୋଗୁଁ ସହରର ପୂଜା ମାହୋଲ ପ୍ରଭାବିତ ହେବା ସହ ପୂଜା ବଜାର ମାନ୍ଦା ରହିଛି। ବର୍ଷା ଯୋଗୁଁ ଲୋକଙ୍କ ଯାତାୟାତ ଓ ବଜାରରେ ଭିଡ଼ ମଧ୍ୟ ହ୍ରାସ ପାଇଛି।

ପ୍ରତିବର୍ଷ ଗଜଲକ୍ଷ୍ମୀ ପୂଜା ଅବସରରେ ଅନୁଗୋଳ ସହରର ବିଭିନ୍ନ ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ସୁନ୍ଦର ସାଜସଜ୍ଜା ଓ ଆଲୋକମାଳା ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ଏହି ସମୟରେ ସହରର ବିଭିନ୍ନ ବଜାରରେ ମଧ୍ୟ ଭଲ ବ୍ୟବସାୟ ହୋଇଥାଏ। କିନ୍ତୁ ଚଳିତବର୍ଷ ବର୍ଷା ଯୋଗୁଁ ପୂଜାର ଆକର୍ଷଣ ଓ ବ୍ୟବସାୟ ଉଭୟ ପ୍ରଭାବିତ ହୋଇଛି।

ସେପଟେ ବିଭିନ୍ନ ପୂଜା କମିଟି ପକ୍ଷରୁ ଆୟୋଜନ କରାଯିବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ବର୍ଷା ବାଧକ ସାଜିଛି। ଲଗାଣ ବର୍ଷା ଯୋଗୁଁ ଦର୍ଶକଙ୍କ ଉପସ୍ଥିତି ଓ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ପୂଜା କମିଟିଗୁଡ଼ିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଫଳରେ ବର୍ଷସାରା ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ଓ ବ୍ୟବସାୟୀଙ୍କ ଉତ୍ସାହରେ ଭଟ୍ଟା ପଡ଼ିଛି। ଆଗାମୀ ଦିନରେ ପାଗରେ ସୁଧାର ଆସିଲେ ପୂଜା ମାହୋଲ ପୁଣି ଜମିବ ବୋଲି ଆଶା ରହିଛି।

Share

Leave a Reply