ଅନୁଗୋଳ: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଧନତେରସ ଓ ଦିୱାଲୀ ଅଫର ଜାରି କରାଯାଇଛି। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର କୁମାର ସୌମ୍ୟକାନ୍ତ ବିଶୋଇ ମୁଖ୍ୟ ଅତିଥି ଭାବେ ଏହି ଅଫରର ଶୁଭାରମ୍ଭ କରିଥିଲେ।
ଏ ଅବସରରେ ମନହାରି, ଚିତ୍ରାଙ୍ଗି, ଯୁଲ ଆଦି ଫେଷ୍ଟିଭ କଲେକ୍ସନର ଗହଣା ପ୍ରଦର୍ଶିତ ହୋଇଥିଲା। ପୂଜା ଅବସରରେ ମାଲାବାର ପକ୍ଷରୁ ସୁନା ଗହଣା, ହୀରା ଗହଣାର ଭାଲ୍ୟୁ, ରୂପା ଗହଣା ଏବଂ ମୂଲ୍ୟବାନ ଜେମ୍ ଷ୍ଟୋନ୍ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଥିବା ସୋ ରୁମ୍ ପକ୍ଷରୁ ଘୋଷଣା କରାଯାଇଛି।
ସେହିଭଳି ଧନତେରସ ପାଇଁ ଗହଣା ଅଗ୍ରୀମ ବୁକିଂର ମଧ୍ୟ ସୁବିଧା ରହିଛି ମାଲାବାରର ଅଧ୍ୟକ୍ଷ ଏମ୍.ପି ଅହମଦ୍ କହିଛନ୍ତି କି ମାଲାବାରର ଗହଣା ଶତ ପ୍ରତିଶତ ଶୁଦ୍ଧ ଓ ଏହାର ଗଢ଼ଣ ଶୈଳୀ ବେଶ୍ ଆକର୍ଷଣୀୟ ଯାହା ସବୁ ବର୍ଗର ଗ୍ରାହକ ମାନଙ୍କୁ ଆକର୍ଷିତ କରିବ।


















