ଦୁର୍ନୀତି ନିବାରଣ ସପ୍ତାହ ପାଳନ, ଅନୁଗୁଳରେ ସାଧୁତା ଶପଥ ପାଠ

You are currently viewing ଦୁର୍ନୀତି ନିବାରଣ ସପ୍ତାହ ପାଳନ, ଅନୁଗୁଳରେ ସାଧୁତା ଶପଥ ପାଠ

ଅନୁଗୋଳ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆଜିଠୁ ଆରମ୍ଭ ହୋଇ ନଭେମ୍ବର ୧ ପର୍ଯ୍ୟନ୍ତ ପାଳନ ହେଉଛି। ଚଳିତ ବର୍ଷର ବାର୍ତ୍ତା ହେଉଛି “ସାଧୁତାରୁ ସମୃଦ୍ଧି”। ଏହି ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ସାଧୁତା ଶପଥ ପାଠ କରାଯାଇଥିଲା।
ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ରକ୍ଷା କରିବା, ଲାଞ୍ଚ ନ ନେବା କି ନ ଦେବା, ସ୍ୱଚ୍ଛତାର ସହ ଦାୟିତ୍ୱ ନିର୍ବାହ କରିବା ଏବଂ ଜନହିତ ପାଇଁ ସମର୍ପିତ ରହିବାକୁ କର୍ମଚାରୀମାନେ ଶପଥ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ମଧୁସ୍ମିତା ବିଶି, ଡେପୁଟି କଲେକ୍ଟର ପ୍ରିୟଙ୍କା ପାଲ, ଆସିଷ୍ଟାଣ୍ଟ କଲେକ୍ଟର ସଞ୍ଜୟ ନାୟକଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ଓ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନମ ସ୍ମିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧୁତା ଶପଥ ପାଠ କରାଯାଇଥିଲା।

Share

Leave a Reply