କଣ୍ଠଶିଳ୍ପୀ ଚଣ୍ଡିକା ନନ୍ଦଙ୍କ ସାନଝିଅ ରୁପାଲୀଙ୍କ ପରଲୋକ

You are currently viewing କଣ୍ଠଶିଳ୍ପୀ ଚଣ୍ଡିକା ନନ୍ଦଙ୍କ ସାନଝିଅ ରୁପାଲୀଙ୍କ ପରଲୋକ

ଅନୁଗୋଳ: ଅନୁଗୋଳର ବିଶିଷ୍ଟ କଣ୍ଠଶିଳ୍ପୀ ଚଣ୍ଡିକା ପ୍ରସାଦ ନନ୍ଦଙ୍କ ସାନଝିଅ ରୁପାଲୀ ନନ୍ଦ (ରିଙ୍କି)ଙ୍କର ଅକାଳ ବିୟୋଗ ହୋଇଛି। ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ପରିବାରବର୍ଗ, ବନ୍ଧୁବାନ୍ଧବଙ୍କ ସମେତ ଅନୁଗୋଳ ସହରରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ରୁପାଲୀ ଗ୍ୟାସ୍‌ଜନିତ ରୋଗରେ ପୀଡ଼ିତ ହୋଇ ପ୍ରାୟ ଏକ ମାସ ଧରି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଡାକ୍ତରମାନଙ୍କ ନିରନ୍ତର ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ମୃତ୍ୟୁ ସମୟରେ ହସ୍ପିଟାଲରେ ବାପା ଚଣ୍ଡିକା ପ୍ରସାଦ ନନ୍ଦ, ମା’ କଳ୍ପନା ନନ୍ଦ, ବଡ଼ ଭଉଣୀ ସୋନାଲି ନନ୍ଦ, ବଡ଼ ଭାଇ ରାହୁଲ ନନ୍ଦ, ଭାଉଜ ପ୍ରୀତି ନନ୍ଦଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।

ରୁପାଲୀ ଅନୁଗୋଳର ବରିଷ୍ଠ ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ ଓ କନକ ମଞ୍ଜରୀ ନନ୍ଦଙ୍କ ଝିଆରୀ ଥିଲେ। ତାଙ୍କ ଅକାଳ ବିୟୋଗରେ ଅନୁଗୋଳର ଗାନ୍ଧୀମାର୍ଗ ଅଞ୍ଚଳ, ହୁଲୁରିସିଂହା ଗ୍ରାମ ସମେତ ସହରର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ତାଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ସାମ୍ବାଦିକ, ଆଇନଜୀବୀ ଓ ସହରର ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଜଣେ ଯୁବତୀଙ୍କ ଏପରି ଅକାଳ ବିୟୋଗରେ ନନ୍ଦ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।

Share

Leave a Reply