କ୍ୟାମେରା ଗେଟ୍‌କୁ ଧକ୍କା ଦେଇ ଡିଭାଇଡରରେ ପିଟିହେଲା ବସ୍‌, ୫ ଗୁରୁତର

You are currently viewing କ୍ୟାମେରା ଗେଟ୍‌କୁ ଧକ୍କା ଦେଇ ଡିଭାଇଡରରେ ପିଟିହେଲା ବସ୍‌, ୫ ଗୁରୁତର

ଅନୁଗୋଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ନିକଟରେ ରବିବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବସ୍‌ରେ ଥିବା ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ କିଶୋରନଗର ପୁଲିସ ସେମାନଙ୍କୁ ଉଦ୍ଧାର କରି କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁଯାୟୀ, ‘ରାଜ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। ଗୁରୁଜାଙ୍ଗ ନିକଟରେ ଚାଳକ ଭାରସାମ୍ୟ ହରାଇବାରୁ ବସ୍‌ଟି ପ୍ରଥମେ ଜାତୀୟ ରାଜପଥ ବିଭାଗର କ୍ୟାମେରା ଗେଟ୍‌କୁ ଧକ୍କା ଦେଇଥିଲା। ପରେ ରାସ୍ତାର ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ କିଶୋରନଗର ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ବସ୍‌ଟିକୁ ଜବତ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share

Leave a Reply