ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଲୁହାମୁଣ୍ଡା ଗାଁର ସଞ୍ଜୟ ପ୍ରଧାନଙ୍କ ଘରୁ ଏକ ବିଷଧର ସାପକୁ ଉଦ୍ଧାର କରାଯାଇଛି। ମାଧପୁର ଅଞ୍ଚଳର ଯୁବକ ସିଦ୍ଧେଶ୍ବର ରଥ ଏହି ବିଷଧର ରଣା ସାପକୁ ଉଦ୍ଧାର କରିଥିଲେ।
ସୂଚନାଯୋଗ୍ୟ ଯେ ସଞ୍ଜୟଙ୍କ ଘରକୁ ଏକ ରଣା ସାପ ପଶିଯାଇଥିଲା। ସାପକୁ ଦେଖି ପରିବାର ଲୋକ ଭୟରେ ବାହାରକୁ ଚାଲି ଆସିଥିଲେ। ପରେ ସାପ ଧରାଳି ସିଦ୍ଧେଶ୍ବରଙ୍କୁ ଡାକି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ହଣ୍ଡପା ବନ ବିଭାଗ ଦ୍ୱାରା ଜଙ୍ଗଲରେ ଛଡ଼ାଯାଇଛି।















