ନିଜ ଆୟର କିଛି ଅଂଶ ନିୟମିତ ସଞ୍ଚୟ କରିବାକୁ ପରାମର୍ଶ: ଅନୁଗୋଳରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

You are currently viewing ନିଜ ଆୟର କିଛି ଅଂଶ ନିୟମିତ ସଞ୍ଚୟ କରିବାକୁ ପରାମର୍ଶ: ଅନୁଗୋଳରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ଅନୁଗୋଳ: ପଞ୍ଚାୟତ ସମିତି ସଭାଗୃହରେ ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଛି।

ଆର୍ଥିକ ଶୃଙ୍ଖଳା, ନିୟମିତ ସଞ୍ଚୟ ଓ ଭବିଷ୍ୟତ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବିଶ୍ୱ ଭୂଷଣ ଯୋଗ ଦେଇ ନିଜ ଆୟର କିଛି ଅଂଶ ନିୟମିତ ସଞ୍ଚୟ କରିବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ସୁକନ୍ୟା ସମୃଦ୍ଧି ଯୋଜନା, ପିପିଏଫ, ଏନଏସସି, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ମାସିକ ଆୟ ଯୋଜନା, ରିକରିଂ ଡିପୋଜିଟ ଭଳି ସରକାରୀ ସ୍ୱଳ୍ପ ସଞ୍ଚୟ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା। ଏଥିସହ ଓଟିପି ଠକେଇ, ନକଲି ଆପ୍, ଅଜଣା ଲିଙ୍କ, ଅନଲାଇନ ଗେମିଂ, ଲଟେରୀ, କ୍ରେଡିଟ କାର୍ଡ ଠକେଇ ଓ ନକଲି ନିବେଶ ଭଳି ସାଇବର ଠକେଇରୁ ସୁରକ୍ଷା ଉପରେ ସଚେତନ କରାଯାଇଥିଲା।


କାର୍ଯ୍ୟକ୍ରମରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଜଗନ୍ନାଥ ସେନାପତି, ସ୍ୱଳ୍ପ ସଞ୍ଚୟ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ, ସାଇବର ପୋଲିସ ଅଧିକାରୀ ବିବେକାନନ୍ଦ ମହାନ୍ତ, ଆଇଟି ଏକ୍ସପର୍ଟ ସନ୍ଧ୍ୟାରାଣୀ ସାମଲ, ଡାକଘର ବ୍ୟବସାୟ ଅଧିକାରୀ ସୁଜିତ କୁମାର ଦେହୁରୀଙ୍କ ସମେତ ବହୁ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

Share

Leave a Reply