ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବୁଥକୁ ଯିବ ବିଜେପି: ଉପ ସଭାପତି ଗୋଲଖ ମହାପାତ୍ର

You are currently viewing ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବୁଥକୁ ଯିବ ବିଜେପି: ଉପ ସଭାପତି ଗୋଲଖ ମହାପାତ୍ର

ଅନୁଗୁଳ: ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବୁଥକୁ ଯିବ ବିଜେପି। ଅନୁଗୁଳ ଜିଲ୍ଲା ବିଜେପିର ଏକ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି ରାଜ୍ୟ ବିଜେପି ଉପ ସଭାପତି ତଥା ମୁଖପାତ୍ର ଗୋଲଖ ମହାପାତ୍ର।
ସେ କହିଛନ୍ତି, ମୋଦି ସରକାର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଅନୁଗୁଳ ଜିଲ୍ଲାକୁ ୬୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଥିଲା ବେଳେ ବିଜେଡି ସରକାର ଏ ଅର୍ଥକୁ ବାଟମାରଣା କରିବାରେ ଲାଗି ପଡ଼ିଛନ୍ତି।

ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଜେପିର ବରିଷ୍ଠ ନେତା ତଥା ଏନ ଏସ ଆଇ ସି ନିର୍ଦ୍ଦେଶକ କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଅଗସ୍ତି ବେହେରା, ଲୋକସଭା ପ୍ରଭାରୀ ଅମୃତ ରଞ୍ଜନ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଜ୍ୟୋତିଷରାୟ, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply