୩୦ ରେ ତାଳଚେର ଆସୁଛନ୍ତି ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ବିଶାଳ ହିନ୍ଦୁ ରାଷ୍ଟ୍ର ମହାଧିବେଶନରେ ଦେବେ ଯୋଗ

You are currently viewing ୩୦ ରେ ତାଳଚେର ଆସୁଛନ୍ତି ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ବିଶାଳ ହିନ୍ଦୁ ରାଷ୍ଟ୍ର ମହାଧିବେଶନରେ ଦେବେ ଯୋଗ

ତାଳଚେର: ଆସନ୍ତା ୩୦ ତାରିଖରେ ତାଳଚେର ଆସୁଛନ୍ତି ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ଠାରେ ବିଶାଳ ହିନ୍ଦୁ ରାଷ୍ଟ୍ର ମହାଧିବେଶନରେ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିବେ। ଏ ନେଇ ସୂଚନା ଦେଇଛନ୍ତି ଆଦିତ୍ୟ ବାହିନୀର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର।

ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ସଂଯୋଜକ ପର୍ଶୁରାମ ବାରିକଙ୍କ ସଂଯୋଜନାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଦିତ୍ୟ ବାହିନୀର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମିଶ୍ର କହିଛନ୍ତି, ଜଗତଗୁରୁ ଶଙ୍କରାଚାର୍ଯ୍ୟ ମାର୍ଚ୍ଚ ୨୯ ତାରିଖ ରାତିରେ ଟ୍ରେନରେ ଆସିବେ। ସେ ହାଣ୍ଡିଧୂଆଁ ସ୍ଥିତ ଡା ସଂଜୀବ ରାଉତଙ୍କ ନିବାସରେ ରାତ୍ରିଯାପନ କରିବେ।  ମାର୍ଚ୍ଚ ୩୦ ହିନ୍ଦୁ ନବବର୍ଷରେ ସକାଳୁ ପ୍ରଭାତ ଫେରି, ରାମଧୁନ, ଅନାଥ ଆଶ୍ରମ କୁଷ୍ଠା ଶ୍ରମରେ ବସ୍ତ୍ର ଦାନ, ମେଡିକାଲରେ ଫଳ ବଣ୍ଟନ, ହନୁମାନ ଚାଳିଶା ପାଠ, ବେଦ ପାଠ, ନାମ ସଂକୀର୍ତ୍ତନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଜଗଦଗୁରୁ ଘଣ୍ଟପଡା ପଞ୍ଚାୟତ ବାଘମରାରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳାର ଉଦଘାଟନ କରିବେ। ପରେ ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆରେ ଏକ ବିଶାଳ ହିନ୍ଦୁରାଷ୍ଟ୍ର ମହାଧିବେଶନରେ ଯୋଗଦେବେ।

ପ୍ରକାଶ ଯେ ଜଗତଗୁରୁଙ୍କ ଏହି କାର୍ଯ୍ୟକ୍ରମ ପୂର୍ବରୁ ଜାନୁୟାରୀ ୧ ତାରିଖରେ ସ୍ଥିର ହୋଇଥିଲା। କିନ୍ତୁ ଅସୁସ୍ଥତା କାରଣରୁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା।

ଆଜିର ସାମ୍ବାଦିକ ସମ୍ମିଳନୀରେ ପୀଠ ପରିଷଦ ପୂର୍ବତନ ଉପ ସଭାପତି ପଣ୍ଡିତ ରୋହିତ ଦାସ, ଆଦିତ୍ୟ ବାହିନୀ ଜିଲ୍ଲା ସଭାପତି ବିଜୟ ତ୍ରିପାଠୀ, ସ୍ୱାଗତ ସମିତିର ଉପାଧ୍ୟକ୍ଷ ବରୁଣ କୁମାର ସାହୁ, ସଂଯୋଜକ ପର୍ଶୁରାମ ବାରିକ, ସାଧାରଣ ସମ୍ପାଦକ ବୃନ୍ଦାବନ ବେହେରା, ଡ଼ଃ ସଂଜୀବ ରାଉତ, ଅଶୋକ ସାମନ୍ତ, ଶ୍ରୀନିବାସ ଖୁଣ୍ଟିଆ, ଜ୍ୟୋତିର୍ମୟୀ ରଥ, ବିଜୟ କୁମାର ସାହୁ, ମଦନ ସୁନ୍ଦର ପ୍ରଧାନ, ଜଗଦୀଶ ମିଶ୍ର, ଜଗଦୀଶ ସିଂହ, ସୁଶାନ୍ତ ବିଶ୍ୱାଳ, କାର୍ତ୍ତିକେଶ୍ୱର ସାହୁ, ଉଚ୍ଛନ୍ନ ପଟ୍ଟନାୟକ, ରଞ୍ଜନ ବିଶୋଇ, ବବଲୁ ସାହୁ, ଦୀପୁ ସିଂହ, ବିନ୍ଦା ସିଂହ, ବିକାଶ କୁମାର ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply