ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପଥରମୁଣ୍ଡା ବଉଳ ଛକ ନିକଟରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଟାକୁଆ ଗ୍ରାମର ତୁଷାର ପ୍ରଧାନ। ଏହି ଘଟଣାରେ କଣିହାଁ ୟୁକୋ ବ୍ୟାଙ୍କ କର୍ମଚାରୀ ପପୁ ଦେହୁରୀ ଗୁରୁତର ଆହତ ହୋଇ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାକୁ ନେଇ ଟାକୁଆ ଗ୍ରାମ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମହୁମାଛି ଆକ୍ରମଣରୁ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି।
ମହୁମାଛି ଆକ୍ରମଣରେ ଜଣେ ମୃତ, ବ୍ୟାଙ୍କ କର୍ମଚାରୀ ଗୁରୁତର
- Post published:November 23, 2026
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
Tags: Angul








