୭ ଏକର ଜମିରୁ ୧୦ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

You are currently viewing ୭ ଏକର ଜମିରୁ ୧୦ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ଅନୁଗୋଳ: ଅନୁଗୋଳ ଅବକାରୀ ବିଭାଗ ପକ୍ଷରୁ ଜରପଡ଼ା ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଉପରେ ମିଳିତ ଚଢ଼ାଉ କରାଯାଇଛି। ନାଉପଦା ମାଟିଗାଡ଼ିଆ ସାହି ଓ ହଟିଆନାଳି ଅଞ୍ଚଳର ପ୍ରାୟ ୭ ଏକର ଜମିରେ ଚାଷ ହୋଇଥିବା ୧୦ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି।

ଚଢ଼ାଉ ସମୟରେ ଚାଷୀ ଓ ବ୍ୟବସାୟୀମାନେ ଫେରାର ହୋଇଯାଇଥିଲେ। ଡେପୁଟି ସୁପରିଟେଣ୍ଡେଣ୍ଟ ନୀଳାଦ୍ରି ନାୟକଙ୍କ ତତ୍ତ୍ୱାବଧାନରେ ଅନୁଗୋଳ ଅବକାରୀର ଉଭୟ ଷ୍ଟେସନ ଓ ବଇଣ୍ଡା ଅବକାରୀ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଉପ ଅଧୀକ୍ଷକ ଧୀରେନ କୁମାର ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଚଢ଼ାଉରେ ଯୋଗ ଦେଇଥିଲେ। ଘଟଣାରେ ଅବକାରୀ ବିଭାଗର ତଦନ୍ତ ଜାରି ରହିଛି।

Share

Leave a Reply