ଅନୁଗୋଳରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର କାର୍ଯ୍ୟକାରିଣୀ ବୈଠକ

You are currently viewing ଅନୁଗୋଳରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଅନୁଗୋଳ: ନିଖିଳ ଓଡ଼ିଶା ଆଇନଜୀବୀ ସଂଘ (ଆଓଲା)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଗୋଳରେ ସଭାପତି ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ବୈଠକରେ ଆସନ୍ତା ଡିସେମ୍ବରରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀର ସ୍ଥାନ ନିର୍ଦ୍ଧାରଣ ସହ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା। ଚଳିତବର୍ଷ ବାର୍ଷିକ ସମ୍ମିଳନୀ ପଶ୍ଚିମ ଓଡ଼ିଶାରେ ଆୟୋଜନ କରିବାକୁ ସଦସ୍ୟମାନେ ମତ ଦେଇଥିଲେ।

ସମ୍ବଲପୁର ଆଇନଜୀବୀଙ୍କ ନାମରେ ହୋଇଥିବା ମାମଲା ପ୍ରତ୍ୟାହାର, ଉଚ୍ଚ ନ୍ୟାୟାଳୟରେ ସ୍ଥାୟୀ ବିଚାରପତି ନିଯୁକ୍ତି, ଆଇନଜୀବୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା, ଯୁବ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ଏବଂ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ ଭଳି ପ୍ରସଙ୍ଗ ଉଠିଥିଲା।

ସାଧାରଣ ସମ୍ପାଦକ ସଂଜୀବ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ଆଓଲା ସହ-ଅଧ୍ୟକ୍ଷ ସଂଜିତ କୁମାର ପାଣିଗ୍ରାହୀ, ପୂର୍ବତନ ସଭାପତି ସତ୍ୟନାରାୟଣ ପଣ୍ଡା, ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଦୀପ ବହିଦାର, ସମ୍ପାଦକ ପ୍ରଦ୍ୟୁତ ଶର୍ମାଙ୍କ ସମେତ ବହୁ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ପ୍ରଶାସନିକ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ବୈଠକ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଦିବଂଗତ ଆଓଲା ଅଧ୍ୟକ୍ଷଙ୍କ ସ୍ମୃତିରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

Share

Leave a Reply